Home Breaking News / ତାଜା ଖବର ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ବଢିଲା ଅଡୁଆ

ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ବଢିଲା ଅଡୁଆ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ବଢିଲା ଅଡୁଆ । ପୁଣି ମାହଙ୍ଗା ଡବଲ ମର୍ଡର ଘଟଣା କୁ ନେଇ ସରଗରମ ରାଜ୍ୟ ରାଜନୀତି ।ଗତ ଜାନୁଆରୀ ୨ ତାରିଖ ରେ ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ହତ୍ୟାର ଶିକାର ହୋଇଥିବା ମୃତ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳ ଙ୍କୁ ହତ୍ୟା ଅଭିଯୋଗ ମାମଲା ରେ ୧୩ ନମ୍ବର ଅଭିଯୁକ୍ତ ଭାବେ ପ୍ରତାପ ଜେନା ଙ୍କ ନାଁ କୁ ଚାର୍ଜସିଟ୍ ରୁ କାଟିଦେବା ଘଟଣା ର ନୂଆ ମୋଡ଼। କୁଳମଣି ବରାଳ ଙ୍କ ପୁଅ ରମାକାନ୍ତ ବରାଳ ଙ୍କ ଏତଲା କୁ ଭିତ୍ତିକରି ମାହାଙ୍ଗା ପୋଲିସ ସେତେବେଳେ ୧୪ ଜଣ ଅଭିଯୁକ୍ତ ଙ୍କ ନାମରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ୧୩ ନଂ ସ୍ଥାନରେ ରହିଥିଲେ ସ୍ଥାନୀୟ ବିଧାୟକ ତଥା ରାଜ୍ୟର ଆଇନି ମନ୍ତ୍ରୀ ପ୍ରତାପ ଜେନା । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ବାଳ ଙ୍କ ରହସ୍ୟ ଜନକ ଭାବେ ହୋଇଥିଲା ଦୁର୍ଘଟଣା। ଆଉ ସେହି ଦୁର୍ଘଟଣା ର ରହସ୍ୟ ରୁ ଏ ପର୍ଯ୍ୟନ୍ତ ପୋଲିସ ପର୍ଦ୍ଦାଫାଶ କରିନଥିବା ବେଳେ ଚାର୍ଜସିଟ୍ ରୁ ୧୩ ନମ୍ବର ଅଭିଯୁକ୍ତ ଙ୍କ ନାଁ କାଟିଦେବା ଘଟଣା କୁ ରହସ୍ୟ ଭିତରକୁ ଠେଲି ନେଉଛି। ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ଛାଡି ମାହାଙ୍ଗାର ପୂର୍ବତନ ବ୍ଲକ ଅଧକ୍ଷ ଙ୍କ ସମେତ ଅନ୍ୟ ସମସ୍ତ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଫାଇନାଲ ଚାରସିଟ ରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ବାଦ ଦେଇ ପୋଲିସ କେଶ ବନ୍ଦ କରି ଦେଇଥିଲା । ଏହାପରେ ତତ୍ କାଳୀନ ମାହାଙ୍ଗା ଥାନା ଅଧିକାରୀଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରା ଯାଇଥିଲା। ଏହି ଫାଇନାଲ୍ ଚାର୍ଜସିଟ୍ ରେ ୧୩ ନମ୍ବର ମୁଦାଲା ମନ୍ତ୍ରୀ ପ୍ରତାପ ଜେନା ଙ୍କ ନାଁ କାଟିଦେବା ଘଟଣା କୁ ନେଇ ମୃତ କୁଳମଣି ଙ୍କ ପୁଅ ପୋଲିସ ର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ । ଏହାକୁ ନେଇ ପରବର୍ତ୍ତୀ ସମୟରେ ମୃତ କୁଳମଣି ଙ୍କ ପୁଅ ରମାକାନ୍ତ ବରାଳ ମନ୍ତ୍ରୀ ଙ୍କୁ ତଦନ୍ତ ପରିସରଭୁକ୍ତ କରି ପୁନଃ ତଦନ୍ତ କରିବା ଦାବିକରି ମାନ୍ୟବର ସାଲେପୁର ଜେ ଏମ ଏଫ ସି କୋର୍ଟ ରେ ପ୍ରୋଟେଷ୍ଟ ପିଟିସନ ଦାୟର କରିଥିଲେ । ତେବେ ମାନ୍ୟବର କୋର୍ଟ ତାଙ୍କ ଆବେଦନକୁ ଗ୍ରହଣ ଓ ବିଚାର କରି ମାହାଙ୍ଗା ଥାନା ଅଧିକାରୀଙ୍କୁ ପୁନଃ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି ।

related posts

Leave a Comment