Home Breaking News / ତାଜା ଖବର ସୁବର୍ଣ୍ଣପୁର ଜିଲ୍ଲା ଜଳବାୟୁ ପରିବର୍ତ୍ତନ ଚିନ୍ତାଜନକ

ସୁବର୍ଣ୍ଣପୁର ଜିଲ୍ଲା ଜଳବାୟୁ ପରିବର୍ତ୍ତନ ଚିନ୍ତାଜନକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଜଳବାୟୁ ପରିବର୍ତ୍ତନ ଚିନ୍ତାଜନକ ହୋଇପଡିଛି । ଶିଳ୍ପବିହୀନ ସୁବର୍ଣ୍ଣପର ଜିଲ୍ଲା ଏକ ସ୍ଵଚ୍ଛ ଓ ନିର୍ମଳ ପରିବେଶ ରହିଥିଲା। ଏହି ଜିଲ୍ଲା ୧୯୯୩ ମସିହା ଏପ୍ରିଲ ୧ ତାରିଖ ସୁବର୍ଣ୍ଣପୁର ଜିଲ୍ଲା ଭାବରେ ମାନ୍ୟାତା ପାଇଥିଲା। କିନ୍ତୁ ଦୀର୍ଘ୍ୟ ୨୭ ବର୍ଷ ଜିଲ୍ଲା ଆତ୍ମପ୍ରକାଶ ପରେ ଜଳବାୟୁ ପରିବର୍ତ୍ତନ ପରି ସମ୍ବେଦନଶୀଳ ପ୍ରସଙ୍ଗ ମୁଣ୍ଡ ଟେକିଛି। ପରିବେଶ ସନ୍ତୁଳନ କରିବାପାଇଁ ସ୍ଥାୟୀଭିତ୍ତିଭୂମି କରିବାପାଇଁ ପ୍ରଚେଷ୍ଠା ଆବଶ୍ୟକତା ରହିଛି। ସୁବର୍ଣ୍ଣପୁର ଜିଲ୍ଲା ବର୍ଷା , ଶୀତ, ଗ୍ରୀଷ୍ମ ଋତୁ ଉପରେ ପରିବର୍ତ୍ତନ ପ୍ରଭାବ ପଡିଛି। ଏବେ ବର୍ଷାଦିନରେ ଅନିୟମିତା ବର୍ଷା , ଶୀତ ଦିନରେ ଅଧିକ ଶୀତ , ଗ୍ରୀଷ୍ମ ଦିନରେ ପ୍ରବଳ ଗରମ ଅନୁଭୂତି ହେଉଛି। ସୁବର୍ଣ୍ଣପୁର ଜିଲ୍ଲାରେ ବହୁ ଚିରସ୍ରୋତ ନଦୀ ପ୍ରବାହିତ ହୋଉଥିଲେ ମଧ୍ୟ ଜଳବାୟୁ ପରିବର୍ତ୍ତନ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଉଛି। ସୁବର୍ଣ୍ଣପୁର ଜିଲ୍ଲାରେ କମ ବୃଷ୍ଟିପାତ ହେଉଅଛି। ଜଳସେଚନ ବ୍ୟବସ୍ଥା ନଥିବା ସୋନପୁର, ବୀରମହାରାଜପୁର,ଉଲୁଣ୍ଡ।, ତରଭା ବ୍ଲକ ବର୍ଷା ଉପରେ ଧାନ ଚାଷ ନିର୍ଭରଶୀଳ। ଧାନ ଚାଷ ପାଇଁ ପାଣି ଆବଶ୍ୟକତା ରହିଥାଏ। ନିଅଣ୍ଟିଆ ବର୍ଷା ନେଇ ଧାନଚାଷ ଅସୁବିଧା ସାମନା କରୁଛି। ବର୍ଷା ଅଭାବରୁ ଡୁଙ୍ଗୁରିପାଲି , ବିନିକା ଅଞ୍ଚଳ କେନାଲ ଜଳସେଚନ ତଳ ଅଞ୍ଚଳରେ ଚାଷଜମିକୁ ପାଣି ପହଞ୍ଚିପାରୁ ନାହିଁ। ମୌସୁମୀ ଆସିବା ପରେ ସ୍ଵାଭାବିକ ବର୍ଷା ହେବ ବୋଲି ଭାବୀ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିଥାଆନ୍ତି।ପ୍ରତିବର୍ଷ ଜୁନ, ଜୁଲାଇ , ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ଆଖିରୁ ନିଦ ହଜାଇ ଦେଇଛି । ଜିଲ୍ଲାରେ ବର୍ଷା ଅଭାବରୁ ନାଳ ଗୁଡିକ ଶୁଖିଲା ପଡିଛି । ବର୍ଷା ପରିବର୍ତ୍ତନ ପାଇଁ ସଠିକ ସମୟ ବର୍ଷା ନ ହେବା ଯୋଗୁ କେତେ ସ୍ଥାନରେ ତଳି ଉଠି ନ ଥିବାବେଳେ ସ୍ଥାନରେ ରୁଆ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ। । ଫଳରେ ଜମି ପଡ଼ିଆ ପଡିଛି। କିଛି ସ୍ଥାନରେ ରୁଆ କାର୍ଯ୍ୟ ହୋଇଥିଲେ ମଧ୍ୟ ପାଣି ଅଭାବରୁ ଅନେକ ବିଲ ଫାଟି ଆଁ କରୁଛି। ସଂପୂର୍ଣ୍ଣ ଜିଲ୍ଲାରେ ଝିପିଝିପି ବର୍ଷା ସହ ଖଣ୍ଡିତ ବର୍ଷା ହେଉଛି। ଜିଲ୍ଲା ଅଳ୍ପଦୂରତାରେ ଖଣ୍ଡିତ ବର୍ଷା ହୋଇ ଛାଡି ଦେଉଛି। ଶ୍ରାବଣ ମାସରେ ଜମି ଫାଟି ଆଁ କରୁଥିବାବେଳେ ଜଳସେଚନ ବ୍ୟବସ୍ଥା ନ ଥିବା ଯୋଗୁ ଚାଷୀ ସର୍ବଶାନ୍ତ ହୋଇ ପଡିଛି । ସବୁଠୁ ଚିନ୍ତାଜନକ ସେଫ୍ଟମ୍ବର(Septmbar) ମାସରେ ହିଁ ପ୍ରବଳ ବର୍ଷା ଦେଖିବାକୁ ମିଳୁଛି।ଲଘୁଚାପଜନିତ ବର୍ଷା ଆକଳନ ସଠିକ ରହୁ ନ ଥିବାର ଚର୍ଚ୍ଚ। ହେଉଛି। ପ୍ରତିବର୍ଷ ଜିଲ୍ଲାରେ ଅନିୟମିତ ବର୍ଷା ଯୋଗୁଁ ଜିଲ୍ଲାରେ ଭାଲେଣି ପଡିଛି। ବର୍ଷା ଅପେକ୍ଷା ଶୀତ , ଖରା ପରିବର୍ତ୍ତନ ଭରା ଅଧିକା ପଡିଲାଣି । ଜଳବାୟୁ ସଠିକ ରଖିବା ପାଇଁ ଜଙ୍ଗଲ ଭୂମିକା ପ୍ରମୁଖ ସ୍ଥାନ ରହିଥାଏ। ଜିଲ୍ଲାରେ ବ୍ୟାପକ ବୃକ୍ଷରୋପଣ କଥା କୁହାଯାଉଅଛି। ପ୍ରତିବର୍ଷ ଚାରାଗଛ ରୋପଣ ନାମରେ ବିଭିନ୍ନ ଯୋଜନା କୋଟି କୋଟି ଖର୍ଚ୍ଚ ହେଉଅଛି। କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲାରେ ଘଞ୍ଚ ଜଙ୍ଗଲ ଅଭାବରୁ ରହିଛି। ଯାହା ଘଞ୍ଚ ଜଙ୍ଗଲ ଅଭାବ ବର୍ଷା ମାତ୍ରା କମୁଥିବାର ଅଭିଯୋଗ ହେଉଛି। ୪୨୮ .୭୫ ବର୍ଗ କଲେ।ମିଟର୍ ଅର୍ଥାତ ଜିଲ୍ଲାର ଗୋଟିଏ ଭୌଗାଳିକ ଅଞ୍ଚଳ ମଧ୍ୟରୁ ୧୮ .୩୫ଜଙ୍ଗଳ ରହିଛି। ଯାହା ୩୩ଭାଗ ଜଙ୍ଗଲ ନେଇ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। କିନ୍ତୁ ଚାରାଗଛ ରୋପଣ ଅନୁସାରେ କ୍ଷେତ୍ରରେ ଜଙ୍ଗଲ ଅବସ୍ଥା ଅଲଗା ବୋଲି ଅଭିଯୋଗ ହେଉଛି ।ଗଡଜାତ ସମୟର ଜଙ୍ଗଳ କ୍ଷୟ ହିଁ ଜଳବାୟୁ ପରିବର୍ତ୍ତନ ମୂଖ୍ୟ କାରଣ।ସତୁରୀ ଦଶକ ସମୟରେ ଅଣଓଡ଼ିଆମାନଙ୍କୁ ଜଙ୍ଗଲ ଲିଜ ଦିଆଯାଇଥିଲା। ଯାହା ଗଡଜାତ ସମୟର ଜଙ୍ଗଲ କ୍ଷୟମୂଖ୍ୟ କାରଣ।ନବେ ଦଶକ ବେଳକୁ ଜଙ୍ଗଲମାନେ ଉପରେ ଗଛ ଥିଲାବେଳେ ଜଙ୍ଗଲ ଭିତରକୁ ପଦା ହୋଇଯାଇଥିଲା। ଜିଲ୍ଲାରେ ଆବଶ୍ୟକ ଜଙ୍ଗଲ ହୋଇପାରୁ ନଥିବାରୁ ପରିବେଶ ଉପରେ ପ୍ରଭାବ ପଡ଼ୁଥିବାର ପରିବେଶବିମାନେ ମତବ୍ୟକ୍ତ ଦେଉଛନ୍ତି।ଶୀତ ଦିନରେ ରାଜ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ସର୍ବନିମ୍ନ ତାପମାତ୍ରା ରହୁ ଅଛି । ଗତ ୩।୪ବର୍ଷ ହେଲା ଡିସେମ୍ବର ଏବଂ ଜାନୁୟାରୀ ମାସରେ ସୁବର୍ଣ୍ଣପୁର ଜିଲ୍ଲାରେ ୯।୧୦ ଡିଗ୍ରୀ ତାପମାତ୍ରା ରେକର୍ଟ ହେଉଅଛି। ଏହି କମ ଶୀତ ପ୍ରକୋପରେ ପକ୍ଷୀମାନେ ମୃତବରଣ କରୁଥିବାର ଦେଖିବାକୁ ମିଳୁଛି।। ସୁବର୍ଣ୍ଣପୁର ଜିଲ୍ଲାରେ ଖରା ଦିନରେ ତାପମାତ୍ରାରେ ରାଜ୍ୟ ସର୍ବୋଚ୍ଚ ତାପମାତ୍ର ସୁବର୍ଣ୍ଣପୁର ଜିଲ୍ଲା ରେକର୍ଟ ଦେଉଅଛି। ଜଙ୍ଗଲ କ୍ଷୟ ନେଇ ନବେ ଦଶକ ଶେଷ ବେଳକୁ ଏହି ଜିଲ୍ଲାରେ ୪୪ ଡିଗ୍ରୀ ୪୭ଡିଗ୍ରୀ ପର୍ଯ୍ୟନ୍ତ ରେକର୍ଟ ହେଉଅଛି। ଏବେ ବି ସୁବର୍ଣ୍ଣପୁର ଜିଲ୍ଲା ତାପମାତ୍ରା ବୃଦ୍ଧିରେ ରାଜ୍ୟରେ ରେକର୍ଟ ହେଉଅଛି। ଜିଲ୍ଲାରେ ତାପମାତ୍ରା ବୃଦ୍ଧି ନେଇ ସାଧାରଣ ଜୀବନଯାପନ ବ୍ୟାଘାତ ସୃଷ୍ଟି କରୁଛି। ଶିଳ୍ପ ବିହୀନ ସୁବର୍ଣ୍ଣପୁର ଜିଲ୍ଲା ରେକର୍ଟ ତାପମାତ୍ରା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ସୁବର୍ଣ୍ଣପୁର ଜିଲ୍ଲା ଭୂତଳ ଜଳସ୍ତରର କମିଯିବାର ଅନେକ ଅଭିଯୋଗ ହେଉଅଛି। ଅନ୍ୟପକ୍ଷରେ ଜିଲ୍ଲାରେ ପ୍ରବାହିତ ମହାନଦୀ, ତେଲ ନଦୀ, ଅଙ୍ଗ ନଦୀ,ନିବୃତ୍ତି, ସୁର ବାଲିଯୋର ପରିଚୀର ସ୍ରୋତା ନଦୀମାନଙ୍କ ଉପରେ ଛୋଟ ଛୋଟ ଆନିକଟ ତିଆରି କରାଯାଇ ସ୍ଥାନୀୟ ଲୋକମାନଙ୍କ ଅର୍ଥନୈତିକ ଉନ୍ନତି ସହ ପରିବେଶ ସନ୍ତୁଳନ କରାଯାଇପାରନ୍ତି । ଏତି ପ୍ରତି ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।ସୁସ୍ଥ ,ସ୍ଵଚ୍ଛ, ନିର୍ମଳ ପରିବେଶ ଭାବରେ ଶିଳ୍ପ ବିହୀନ ସୁବର୍ଣ୍ଣପୁର ଜିଲ୍ଲା ପରିଚିତ ଥିବା ବେଳେ ପାଣିପାଗ ବ୍ୟତିକ୍ରମ ଚିନ୍ତା ବିଷୟ ହୋଇଛି। ଏଥିପାଇଁ ସରକାର ଦୀର୍ଘ୍ୟମିଆଦି ଯୋଜନା ପ୍ରସ୍ତୁତି ଉପରେ ନଜର ଦେବାକୁ ଦାବୀ ହେଉଛି।

related posts

Leave a Comment