Home Breaking News / ତାଜା ଖବର କାବୁଲ ବିମାନ ବନ୍ଦରରେ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ, ୪୦ରୁ ଅଧିକ ମୃତ, ଶତାଧିକ ଆହତ

କାବୁଲ ବିମାନ ବନ୍ଦରରେ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ, ୪୦ରୁ ଅଧିକ ମୃତ, ଶତାଧିକ ଆହତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଫଗାନିସ୍ତାନ ରାଜଧାନୀ କାବୁଲ ବିମାନ ବନ୍ଦରରେ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ହୋଇଛି । ଗୁରୁବାର ସଂଧ୍ୟାରେ ହୋଇଥିବା ବିସ୍ଫୋରଣରେ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଶତାଧିକ ଆହତ ହୋଇଛନ୍ତି । ଦୁଇଟି ଯାକ ବିସ୍ଫୋରଣ କାବୁଲ ବିମାନ ବନ୍ଦର ବାହାରେ ହୋଇଥିବା ଜଣାପଡିଛି । ପ୍ରଥମ ବିସ୍ଫୋରଣ ଆବେ ଗେଟ୍ ଏବଂ ଦ୍ୱିତୀୟ ବିସ୍ଫୋରଣ କିଛି ମିନିଟ ପରେ ବ୍ୟାରେନ୍ ହୋଟେଲ ନିକଟରେ ହୋଇଥିଲା । ଦୁଇଟି ଯାକ ବିସ୍ଫୋରଣ ଆତ୍ମଘାତୀ ବୋଲି କୁହାଯାଉଛି । ବିସ୍ଫୋରଣ ପରେ ପରେ ଥରି ଉଠିଥିଲା ପୁରା ଅଂଚଳ । ଏହି ବିସ୍ଫୋରଣରେ ଆଇଏସଆଇଏସ ହାତ ଥିବା ସନ୍ଦେହ କରାଯାଉଛି ।
ଏହି ବିସ୍ଫୋରଣରେ ୪ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ହୋଇଛି । ୩ ଜଣ ଆମେରିକୀୟ ସୈନିକ ଆହତ ହୋଇ ଥିବା ନେଇ ଆମେରିକା ପକ୍ଷରୁ ସୂଚନା ଜାରି ହୋଇଛି ।
କାବୁଲ ଏୟାରପୋର୍ଟ ବାହାରେ ହଜାର ହଜାର ଲୋକଙ୍କ ଭିଡ ଥିବା ବେଳେ ଏପରି ବିସ୍ଫୋରଣ ନେଇ ଆଗରୁ ଆମେରିକା , ବ୍ରିଟେନ ଓ ଅଷ୍ଟ୍ରେଲିଆ ପ୍ରଶାସନ ସତର୍କତା ଜାରି କରିଥିଲେ । ସେମାନଙ୍କର ନାଗରିକଙ୍କୁ ବିମାନ ବନ୍ଦର ନିକଟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏପରି ଅବସ୍ଥାରେ କାବୁଲ ବିମାନବନ୍ଦରରେ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

related posts

Leave a Comment