Home Breaking News ଆତଙ୍କବାଦୀଙ୍କ ଟାର୍ଗେଟରେ କାବୁଲ ବିମାନ ବନ୍ଦର, ଆମେରିକା ଗୁଇନ୍ଦା ସୂଚନା

ଆତଙ୍କବାଦୀଙ୍କ ଟାର୍ଗେଟରେ କାବୁଲ ବିମାନ ବନ୍ଦର, ଆମେରିକା ଗୁଇନ୍ଦା ସୂଚନା

by Times One Odia
Share with
     
 
 
   

ଆଫଗାନିସ୍ତାନ ରାଜଧାନୀ କାବୁଲର ହମିଦ କର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ । ଆମେରିକା ଗୁଇନ୍ଦା ସୂଚନା ପରେ କାବୁଲ ବିମାନ ବନ୍ଦରରେ ଉପସ୍ଥିତ ଥିବା ହଜାର ହଜାର ଲୋକଙ୍କ ସୁରକ୍ଷାକୁ ନେଇ ଦେଖା ଦେଇଛି ଚିନ୍ତା । ଏପରି ସମୟରେ ଆମେରିକା ଓ ବ୍ରିଟେନ୍ ସରକାର ଆଡଭାଇଜରି ଜାରି କରିଛନ୍ତି । ବର୍ତମାନ ବିଭିନ୍ନ ଦେଶ ଆଫଗାନିସ୍ତାନର କାବୁଲ ବିମାନ ବନ୍ଦରରୁ ସେମାନଙ୍କର ନାଗରିକଙ୍କୁ ଏୟାରଲିଫ୍ଟ କରୁଥିବା ବେଳେ ଏପରି ଆତଙ୍କବାଦୀ ଆକ୍ରମଣ ସୂଚନା ଚିନ୍ତା ବଢାଇ ଦେଇଛି । କିଛିଦିନ ତଳେ କାବୁଲ ବିମାନ ବନ୍ଦର ଆଇଏସଆଇଏସ ଟାର୍ଗେଟରେ ଥିବା ନେଇ ସତର୍କ କରିଥିଲା ଆମେରିକା ଗୁଇନ୍ଦା ବିଭାଗ । ଏବେ କେବଳ ଆମେରିକାର ୬ ହଜାରରୁ ଅଧିକ ସେନା କାବୁଲ ବିମାନ ବନ୍ଦରରେ ସୁରକ୍ଷାଭାର ସଂଭାଳିଛନ୍ତି ।

related posts

Leave a Comment