Home Breaking News / ତାଜା ଖବର ବାଲିକୁମା ଗାଁ ଜଙ୍ଗଲରେ ଯୁବକଙ୍କୁ ପିଟିପିଟି ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ କଲେ ପରିବାର

ବାଲିକୁମା ଗାଁ ଜଙ୍ଗଲରେ ଯୁବକଙ୍କୁ ପିଟିପିଟି ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ କଲେ ପରିବାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର(ଟୁକୁନ୍ ବିଶ୍ବାଳ): ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ବାଲିକୁମା ଗାଁ ଜଙ୍ଗଲରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ,ପରିବାର ଲୋକେ କଲେ ହତ୍ୟା ଅଭିଯୋଗ ।କଙ୍କଡାହାଡ଼ ଥାନା ଧୂଳିଗୋଠ ଗାଁର ଶଙ୍କର ସୋରେନ ଙ୍କ ପୁଅ ପ୍ରକାଶ ସୋରେନ (୨୦ବର୍ଷ) ଙ୍କ ଝୁଲନ୍ତା ମୃତ ଦେହ ବାଲିକୁମା ଗାଁ ପାଖ ଜଙ୍ଗଲରେ ଥିବାର ଲୋକମାନେ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ ।କଙ୍କଡାହାଡ଼ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।ସାଉଁଟିଫିକ ଟିମ ଆଉ ପୋଲିସ ଆଜି ଏହାର ତଦନ୍ତ ଆରମ୍ଭ କରୁଛନ୍ତି ।ଏପଟେ ପରିବାର ଲୋକେ ଆଣିଛନ୍ତି ସଙ୍ଗିନ ଅଭିଯୋଗ ସେମାନେ କହିଛନ୍ତି ଯେ ତାଙ୍କ ପୁଅକୁ ଅତି ନିର୍ମମ ଭାବରେ ପିଟିପିଟି ହତ୍ୟା କରିବା ପରେ ଏଠାକୁ ଆଣି ଝୁଲାଇ ଦିଆଯାଇଛି ।ଯଦିଓ ପ୍ରକୃତ କାରଣ ଜଣା ପଡୁନାହିଁ କିଏ ଓ କାହିଁକି ଏପରି କରିଛି ତଥାପି କୌଣସି ଝିଅକୁ ଭଲ ପାଇବା କୁ ନେଇ ଝିଅ ଘର ଲୋକେ ଏଭଳିଆ କରି ଥାଇ ପାରନ୍ତି ବୋଲି ପରିବାର ଲୋକେ କରୁଛନ୍ତି ଅଭିଯୋଗ ।ତଦନ୍ତ ଓ ପୋଷ୍ଟ ମଟମ ପରେ ପ୍ରକୃତ କାରଣ ଜଣା ପଡିବ ।

related posts

Leave a Comment