Home Breaking News / ତାଜା ଖବର ରୋଗୀଙ୍କୁ ଦିଆଯାଉଛି ଏକ୍ସପଏରୀ ସାଲାଇନ

ରୋଗୀଙ୍କୁ ଦିଆଯାଉଛି ଏକ୍ସପଏରୀ ସାଲାଇନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଲୋଇସିଂହା(ଦେବାନନ୍ଦ ପୁଟେଲ): ବଲାଙ୍ଗୀର ଲୋଇସିଂହା ଅଂଚଳରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନୈକା ରୋଗୀଙ୍କୁ ୬ ମାସ ତଳର ଏକ୍ସପାଏରି ସାଲାଇନ ଦିଆଯାଇଥିବା ଅଭିଯୋଗ ହୋଇଛି l ସଂପୃକ୍ତ ରୋଗୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବାବେଳେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ଘଟଣା ଘଟିଥିବାର ଅନୁମାନ କରାଯାଇଛି l ଲୋଇସିଂହା ବ୍ଲକ କନ୍ଦାଜୁରୀ ଗ୍ରାମର ମକୁନ୍ଦ ପଧାନଙ୍କ ଭଉଣୀ ସନ୍ତୋସିନୀ ପଧାନ (18)ଙ୍କ ଦେହ ଅସୁସ୍ଥ ହେବାରୁ ଗତ ୨୨ ତାରିଖରେ ତାଙ୍କୁ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ଭର୍ତିର ଦିନପରେ ଅର୍ଥାତ ୨୩ ତାରିଖ ରାତିରେ ତାଙ୍କୁ D5 ନାମକ ଏକ ସାଲାଇନ ଦିଆଯାଇଥିଲା l ତେବେ ସାଲାଇନ ନେବାର କିଛି ସମୟ ପରେ ସନ୍ତୋସିନୀଙ୍କ ମୁଣ୍ଡ ବୁଲାଇବା ସହିତ ବାନ୍ତି ହୋଇ ଅସୁସ୍ଥ ହୋଇପଡିଥିଲେ l ଏ ବିଷୟକୁ ନେଇ ତାଙ୍କ ବଡ଼ଭାଇ ମକୁନ୍ଦ ଅଭିଯୋଗ କରିଛନ୍ତି l ସାଲାଇନର ଅବଧି ମାର୍ଚ୍ଚ ୨୦୨୧ ରେ ଶେଷ ହୋଇ ଯାଇଥିବା ବେଳେ କିଭଳି ରୋଗୀଙ୍କୁ ଏକ୍ସପାଏରି ସାଲାଇନ ଦିଆଗଲା, ସେ ନେଇ ରୋଗୀଙ୍କ ବଡ଼ଭାଇ ମକୁନ୍ଦ ପ୍ରଶ୍ନ ଉଠାଇଛନ୍ତି l ଏ ନେଇ ଲୋଇସିଂହା ହସ୍ପିଟାଲର ମେଡିକାଲ ଅଫିସର ଡା ପ୍ରତିମା ସୋରେନଙ୍କୁ ପଚାରିବାରେ ସେ ଘଟଣାକୁ ସ୍ୱୀକାର କରିବା ସହିତ ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ ବୋଲି ପ୍ରକାଶ କରିଥିଲେ l ତେବେ ଗତ ମାର୍ଚ୍ଚ ମାସରୁ ପ୍ରାୟ ୨୫ ଟି D5 ସାଲାଇନ ଷ୍ଟୋରରୁମରୁ ରୋଗୀଙ୍କ ପାଇଁ ଦିଆଯାଇ ଥିବାବେଳେ ସେଥିରୁ ଭୁଲ ବଶତଃ ଗୋଟିଏ ରହିଯାଇଥିବା ନେଇ ଫାର୍ମାସିଷ୍ଟ ମହାଦେବ ରଣା ସଫେଇ ଦେଇଛନ୍ତି l ବଲାଙ୍ଗୀର ସିଡିଏମଓ ଏଥିପ୍ରତି ଦୃଷ୍ଟିଦେଇ ଘଟଣାର ତଦନ୍ତ କରି ଏହି ଘଟଣାରେ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ଲ

related posts

Leave a Comment