Home Breaking News / ତାଜା ଖବର ଚକପାଦର ଦୁଇଟି ଶିବ ମନ୍ଦିରରୁ ତାଲା ଭାଙ୍ଗି ଚୋରି

ଚକପାଦର ଦୁଇଟି ଶିବ ମନ୍ଦିରରୁ ତାଲା ଭାଙ୍ଗି ଚୋରି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲା ଚକାପାଦ ବ୍ଲକ ର ବିରୁପାକ୍ଷ ଓ ଆନନ୍ଦେଶ୍ୱର୍ ମନ୍ଦିର ରୁ ଗତ ବିଳମ୍ବିତ ରାତିରେ କେତକ ଦୁର୍ବୁତ୍ତ ତାଲା ଭାଙ୍ଗିମନ୍ଦିର ଭିତରେ ପ୍ରବେଶ କରି ଦାନ ହୁଣ୍ଡି କୁ ଚୋରି କରି ନେଇ ପଳାଇ ଛନ୍ତି l ଆଜିବୁଧବାର ସକାଳୁ ମୁଖ୍ୟ ପୂଜକ ପଂଚାନନ ମହାପାତ୍ର ଓ ସଂସାରୀ ମହାପାତ୍ର ମନ୍ଦିର ରେ ପୂଜାକରିବା ପାଇଁ ଖୋଲିବା ବେଳେ ହୁଣ୍ଡି ବକ୍ସ ନଥିବା ଦେଖିଥିଲେ l ବହୁ ଖୋଜିବା ପରେ ମନ୍ଦିର ପଛପଟେ ହୁଣ୍ଡି ବକ୍ସ ଭାଙ୍ଗl ହୋଇ ପଡ଼ି ଥିବା ର ଦେଖିଥିଲେ l ଫଳରେ ହୁଣ୍ଡୀ ବକ୍ସ ଚୋରି ହୋଇଥିବା ଜାଣି ମନ୍ଦିର କମିଟି କୁ ଖବର ଦେଇଥିଲେ l ମନ୍ଦିର କମିଟି ଏ ନେଇ ଚକାପାଦ ଥାନାକୁ ଖବର ଦେଇଥିଲେl ଖବର ପାଇ ଚକାପାଦଥାନା ଅଧିକାରୀ ଅମ୍ବିକା ପ୍ରସାଦ ପଟନାୟକ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l ଚକାପାଦ ର ପ୍ରସିଦ୍ଧ ଶୈବ ପୀଠ ରୁ ଚୋରି ହୋଇଥିବା ଖବର ଶୁଣି ଭକ୍ତ ମାନଙ୍କ ମଧ୍ୟ ରେ ଉଦବେଗ ପ୍ରକାଶ ପାଇଛି

related posts

Leave a Comment