Home Breaking News / ତାଜା ଖବର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ବାପା ମା ଛେଉଣ୍ଡ ଦୁଇଟି ନାବାଳକଙ୍କୁ ଶିଶୁ ଗୃହକୁ ନିଆଯାଇଛି

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ବାପା ମା ଛେଉଣ୍ଡ ଦୁଇଟି ନାବାଳକଙ୍କୁ ଶିଶୁ ଗୃହକୁ ନିଆଯାଇଛି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର(ଅକ୍ଷୟକୁମାର ପୂଜାହାରୀ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଘିଂଯୁବା ଗାଁ ର ବାପା ମାଁ ଛେଉଣ୍ଡ ପୁଅ ମାନସ ହରିପାଳ(10), ଝିଅ ମାନସୀ ହରିପାଳ(7)ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ଶିଶୁ ଗୃହକୁ ନିଆଯାଇଥିବା ଜଣାପଡ଼ିଛି ା ଦୁଇ ନାବାଳକ ଦ୍ବୟକୁ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ସୁବଣ୍ଣର୍ପୁର ଜିଲ୍ଲା ଶିଶୁ ଗୃହରେ ଥଇଥାନ କରିବାକୁ ନେବା ସମୟରେ ସିଙ୍ଘିଯୁବା ପଡ଼ା ବାସିଙ୍କ ଆଖିରୁ ଲୁହ ଝରୁ ଥିବା ଦେଖିବାକୁ ମିଲିଥିଲା ା ବାପା ,ମାଁ ଓ ଦୁଇ ନାବଳକ ବେଶ ଖୁସିରେ ରହୁଥିଲେ l ହେଲେ ଦଇବର ବିଚିତ୍ର ଲୀଳା l ଆଜକୁ ଗୋଟିଏ ବର୍ଷ ତଳେ ବାପା – ନିରାକାର ହରିପାଲ ଆରପାରିକ ଚାଲିଯାଇଥିଲାବେଲେ ନିରାକାରଙ୍କ ର ସ୍ତ୍ରୀ ବାସନ୍ତୀ ହରିପାଲ ମଧ୍ୟ୍ୟ ଆଜକୁ ଚାରି ମାସ ତଳେ ଇହଧାମ ତ୍ୟାଗ କରିଥିଲେ ା ଯାହା ଫଳରେ ତାଙ୍କର ଦୁଇ ଶିଶୁ ବାପା ,ମାଁ ଛେଉଣ୍ଡ ହୋଇଯାଇଥିଲେ l ବଧ୍ୟ ହୋଇ ପଡ଼ୋଶି ଦୁର ସମ୍ପକିୟ ମାମୁ ନଲିନ ଜଗଦଲା ତାଙ୍କୁ ଆଶ୍ରୟ ଦେଇ ରଖିଥିଲେ ା ମାମୁ ନଲିନଙ୍କ ପରିବାର ଓ ଏହି ଦୁଇ ନାବଳକୁ ଚଳାଇବା ବହୁତ କଷ୍ଟ ହେଉଥିଲେ ମଧ୍ୟ ଦୁଇ ନାବାଳକୁ ରଖି ଲାଳନ ପାଲନ କରୁଥିଲେ ା ଏଥିପାଇଁ ନଲିନ ଙ୍କ ମହାନତାକୁ ଅଞ୍ଚଳର ଜନସାଧାରଣ ପ୍ରାନ୍ନଶା କରୁଥିଲେ ା ଏହି ଖବର ପ୍ରଚାର ହେବାପରେ ଗତ ଜୁନ ମାସରେ ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ଅଧିକାରୀ ଚତୁର୍ଭୁଜ ଦାସ ଖବରପାଇ ମାନସ ଓ ମାନସିଙ୍କୁ ଚାଉଳ, ଡାଲି, ଦେଲ, ସାର୍ଟ ପେଣ୍ଟ ଜୋତା ମାସ୍କ ସାନିଟାଇଜର ଦେଇପେରିଥିଲାବେଲେ ଅଞ୍ଚଳର ଅନେକ ତାତବ୍ୟ ବ୍ୟେକ୍ତି ମଧ୍ୟ ଏହାକୁ ସହଯୋଗର ହାତ ବଡ଼ାଇ ଯାଇଛନ୍ତି ା ଆଜି ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ଓ ସାମାଜିକ କର୍ମୀ ରୁଦ୍ର ପ୍ରସନ୍ନ ମିଶ୍ର ,ସିଙ୍ଗିଯୁବା ଗ୍ରାମ କୁ ପହଞ୍ଚି ବାପା ମା ଛେଉଣ୍ଡ ମାନସ ଓ ମାନସୀ ଙ୍କୁ ଗ୍ରାମବାର ପବିତ୍ର ଶର୍ମା ସମେତ ଭଦ୍ରବ୍ୟକ୍ତି ମାନଙ୍କ ଉପସ୍ତିତରେ ଶିଶୁ ମଙ୍ଗଳ କମିଟି ( ସିଡ଼ବ୍ଳୁସି) କାର୍ଯ୍ୟଳୟ ନେଇ ଉପସ୍ଥାପନା କରାଯିବ ଓ ଶିଶୁଗୃହରେ ଥଇଥାନ କରାଯିବା ସହ ସେମାନଙ୍କର ପାଠପଢାର ବ୍ୟବସ୍ଥା କରିବା ସହ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି

related posts

Leave a Comment