Home Breaking News ଦିନେ ଆଫଗାନିସ୍ତାନରେ ଥିଲେ ମନ୍ତ୍ରୀ, ଆଜି ଜର୍ମାନୀରେ ବିକୁଛନ୍ତି ପିଜା

ଦିନେ ଆଫଗାନିସ୍ତାନରେ ଥିଲେ ମନ୍ତ୍ରୀ, ଆଜି ଜର୍ମାନୀରେ ବିକୁଛନ୍ତି ପିଜା

by Times One Odia
Share with
     
 
 
   

ଭାଗ୍ୟ କେତେବେଳେ କାହାକୁ କେଉଁ ପରିସ୍ଥିତିରେ ପହଁଚାଇଦେବ କେହି କହିପାରିବେ ନାହିଁ । ଯେମିତି ଆଫଗାନିସ୍ତାନର ପୂର୍ବତନ ଆଇଟି ମନ୍ତ୍ରୀ ସୟଦ ଅହମ୍ମଦ ଶାହା ସାଦତଙ୍କ କ୍ଷେତ୍ରରେ ଘଟିଛି । ଘନୀ ସରକାରରେ ସେ ଥିଲେ ଆଇଟି ମନ୍ତ୍ରୀ । କହିବାକୁ ଗଲେ ଆଫଗାନିସ୍ତାନରେ ତାଙ୍କର ରାଜୁତି ଚାଲୁଥିଲା । ବର୍ତମାନ ସମୟରେ ସେ ଜର୍ମାନୀରେ ପିଜା ଡେଲିଭରୀ କରି ଚଳୁଛନ୍ତି ।
୨୦୧୮ ମସିହାରେ ଘନୀ ସରକାର ସହ ତାଙ୍କର ମତଭେଦ ଘଟିଲା । ସେ ପଦରୁ ଇସ୍ତଫା ଦେଇ ଜର୍ମାନୀ ଚାଲିଯାଇଥିଲେ । ସେଠାରେ ପେଟ ପୋଷିବାକୁ ସେ ପିଜା ଡେଲିଭରୀ କରୁଥିବା ଦେଖିବାକୁ ମିଳିଛି । ବର୍ତମାନ ଆଫଗାନିସ୍ତାନରେ ତାଲିବାନୀ ପ୍ରବେଶ କରିବା ସହ ପୁରା କ୍ଷମତା ଦଖଲ କରି ନେଇଛନ୍ତି । ଏପରି ସମୟରେ ସାଧାରଣ ଲୋକ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଆଫଗାନିସ୍ତାନର ମନ୍ତ୍ରୀ ଏବେ ପେଟ ପୋଷିବାକୁ କାମ ଖୋଜୁଛନ୍ତି । ଚାକିରୀ ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଡାକରା ଆସିନି । ଏମିତି ଅବସ୍ଥାରେ ସେ ପଜି ଡେଲିଭରୀ କରି ଚଳୁଥିବା ନଜର ଆସିଛି । ଆଫଗାନ ମନ୍ତ୍ରୀ ଏବେ ପିଜା ବିକ୍ରି କରୁଥିବା ଘଟଣା ସୋସିଆଲ ମିିଡିଆରେ ବେଶ୍ ଭାଇରାଲ ହେଉଛି ।

related posts

Leave a Comment