ଫୁଲବାଣୀ(ସୁନୀଲ ପଟନାୟକ): ବର୍ଷାଦିନରେ ବି ଜଳକଷ୍ଟ ।
ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ l ଗାଁରେ ପାନୀୟ ଜଳ ପ୍ରକଳ୍ପ ରହିଛି ହେଲେ ପାଣି ଆସୁନି । ପିଇବାପାଣି ପାଇଁ ଏବେବି ଲୋକଙ୍କୁ ଗାଁ ଦେଇ ବୋହିଯାଉଥିବା ଖଡ଼ଗ ନଦୀ ଉପରେ ନିର୍ଭର କରିବାକୁ ପଡୁଛି ।ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ବ୍ଲକ ଅନ୍ତର୍ଗତ ମହାସିଂ ଗ୍ରାମ ପଂଚାୟତ ର ପୁରୁଣା ସାହିରେ l
ମାହାସିଙ୍ଗ ପଞ୍ଚାୟତ ର ପୁରୁଣାସାହି ଏକ ବ୍ରିଟିଶ ଅମଳର ଗାଁ l ଗାଁରେ ପା ଖାପାଖି ପାଞ୍ଚଶହରୁ ଉର୍ଦ୍ଧ୍ଵ ଲୋକ ବାସ କରନ୍ତି ସରକାରଙ୍କ ଗ୍ରାମ୍ୟ ଜଳଯୋଗାଣ ବିଭାଗ ତରଫରୁ ଜଳକଷ୍ଟ ଦୁର କରିବାପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପାଣିଟାଙ୍କି ସହ ପାଇପଲାଇନ ଓ ଷ୍ଟାଣ୍ଡପୋଷ୍ଟ ବ୍ୟବସ୍ଥା ମ୍ଧ୍ଯ ହୋଇଥିଲା କିନ୍ତୁ ମହାସିଂ ପୁରୁଣାସାହି ସମେତ ମାଠିଆ ଝୋଲାସାହି ଓ ବେହେର୍ଦଲାଇ ସାହି ର ତିନିଟି ୱାର୍ଡର ଲୋକେ ପାନୀୟ ଜଳ ପାଇଁ ଗାଁ ନିକଟରେ ବହିଯାଉଥିବା ଖଡ୍ଗ ନଦୀ ଉପରେ ଖରା ବର୍ଷା ଓଶୀତ ସବୁ ସମ ୟରେ ନିର୍ଭରଶିଳ l ନଦୀର ଗୋଳିଆ ପାଣି ପିଇ ଅନେକ ସମୟରେ ଜ୍ୱର ଓଝାଡା ଆଦି ରୋଗରେ ପୀଡିତ ହେଉଥିବା ଅଭିଯୋଗ ହେଉଛି। ଏନେଇ ଗ୍ରାମବାସୀ ଓ ମହିଳା ସଂଘ ପକ୍ଷରୁ ବହୁବାର ବ୍ଲକ ପ୍ରଶାସନ ଓ ଉପଖଣ୍ଡ ପ୍ରଶାସନଙ୍କୁ ଲିଖିତ ଅଭିଯୋଗ କରିଥିଲେ ବି ଫଳ ଶୂନ l
ନିର୍ବାଚନ ସମୟରେ ରାଜନେତାମାନେ ଗାଁକୁ ଆସି ମିଠା ମିଠା କଥା କହି ଓ ମିଥ୍ୟା ପ୍ରତିଶୃତି ଦେଇ ପ୍ରତାରଣା କରିଥିବା କହିଛନ୍ତି ଗ୍ରାମବାସୀ l
ଗ୍ରାମରେ ଲାଗିରହିଥିବାପାନୀୟ ଜଳ ସମସ୍ୟାର ସମାଧାନ ଅତିଶୀଘ୍ର କରାନଗଲେ ଗ୍ରାମବାସୀ ପଂଚାୟତ କାର୍ଯ୍ୟାଳୟ କୁ ତାଲା ପକାଇବା ସହିତ ଆଗାମୀ ପଂଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।
ଏଣୁ ପ୍ରଶାସନ ସମସ୍ୟା ପ୍ରତି ଦୃଷ୍ଟିଦେଇ ତୁରନ୍ତ
ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାଲାଗି ସାଧାରଣରେ ମତପ୍ରକାଶ ପାଉଛି ।