Home Breaking News / ତାଜା ଖବର ବୁଗୁଡା ବୈଦିକ ଯୋଗାଶ୍ରମରେ ଶ୍ରାବଣୀ ଉତ୍ସବ ପାଳିତ

ବୁଗୁଡା ବୈଦିକ ଯୋଗାଶ୍ରମରେ ଶ୍ରାବଣୀ ଉତ୍ସବ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୁଗୁଡା(ତ୍ରିଲୋଚନ ପଣ୍ଡା): ଗଞ୍ଜାମ ଜିଲ୍ଲା ବୁଗୁଡା ସହର ଉପକଣ୍ଠରେ ପ୍ରତିଷ୍ଠିତ ହୋଇଥିବା ମହର୍ଷି ଦୟାନନ୍ଦ ବୈଦିକ ଯୋଗାଶ୍ରମରେ ଶ୍ରାବଣୀ ଉତ୍ସବ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ପାଳିତ ହୋଇଯାଇଛି । ଆଶ୍ରମର ସମ୍ପାଦକ ବିପିନ ବିହାରୀ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପଣ୍ତିତ ପ୍ରେମାନନ୍ଦ ଶାସ୍ତ୍ରୀ,ସୁବାସ ଚନ୍ଦ୍ର ଗୌଡ,ସୁକାନ୍ତି ରାଜଗୁରୁ,ତ୍ରିଲୋଚନ ପଣ୍ଡା ପ୍ରମୁଖ ପ୍ରାୟ କୋଡିଏ ରୁ ଉର୍ଦ୍ଧ୍ବ ଅଂଶଗ୍ରହଣ କରିଥିଲେ । ପ୍ରଭାତରୁ ବେଦଧ୍ବନୀ,ଘୃତଯଜ୍ଞ ଏବଂ ବେଦପାଠ ସହ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଦୀର୍ଘ ଏକ ସପ୍ତାହ ତଥା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଶ୍ରୀ ପଟ୍ଟନାୟକ କହିଥିଲେ ।

related posts

Leave a Comment