Home Breaking News / ତାଜା ଖବର ଅଗଷ୍ଟ ୩୧ରେ ଜି ୭ ରାଷ୍ଟ୍ର ବୈଠକ, ତାଲିବାନୀଙ୍କୁ ନେଇ ହେବ ବଡ ନିଷ୍ପତି

ଅଗଷ୍ଟ ୩୧ରେ ଜି ୭ ରାଷ୍ଟ୍ର ବୈଠକ, ତାଲିବାନୀଙ୍କୁ ନେଇ ହେବ ବଡ ନିଷ୍ପତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆସନ୍ତା ମଙ୍ଗଳବାର ଅଗଷ୍ଟ ୩୧ ତାରିଖରେ ବସିବାକୁ ଯାଉଛି ଜି ୭ ଦେଶ ସମୁହର ବୈଠକ । ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସରକାର ଗଠନ ପାଇଁ ଯାଉଛି । ତାଲିବାନୀଙ୍କ ଏହି ଦେଶକୁ ମାନ୍ୟତା ଦିଆଯିବ କି ନାହିଁ , ଆଗକୁ ତାଲିବାନୀ ପତାକା ତଳେ ଆଫଗାନିସ୍ତାନ ସହିତ ଜି ୭ ଦେଶ ସମୁହର କଣ ରହିବ ସମ୍ପର୍କ ସେ ନେଇ ବୈଠକରେ ବିଶେଷ ଭାବରେ ଆଲୋଚନା ହେବ । ସେହିପରି ବର୍ତମାନ ଆଫଗାନିସ୍ତାନରୁ ଚାଲିଥିବା ଏୟାରଲିଫ୍ଟ ମିଶନର ଶେଷ ତାରିଖ ଅଗଷ୍ଟ ୩୧ରୁ ଆଗକୁ ବଢାଇବା ନେଇ ଅନୁରୋଧ କରାଯିବାକୁ ମଧ୍ୟ ନିଷ୍ପତି ହୋଇପାରେ । ତାଲିବାନ ସୂତ୍ରରୁ କୁହାଯାଇଛି ବର୍ତମାନ ସୁଦ୍ଧା କୌଣସି ଦେଶ ସେମାନଙ୍କର ନାଗରିକଙ୍କୁ ଏୟାରଲିଫ୍ଟ କରିନେବାକୁ ତାରିଖ ବଢାଇବାକୁ ଅନୁରୋଧ କରିନାହାନ୍ତି । ଆମେରିକା ଗତକାଲି ସ୍ପଷ୍ଟ କରିଥିଲା ତାହାର ନାଗରିକଙ୍କ ଶେଷ ଏୟାରଲିଫ୍ଟ ତାରିଖ ବୃଦ୍ଧି ପାଇଁ ତାଲିବାନ ସହ ଆଲୋଚନା ଚାଲିଛି ।

related posts

Leave a Comment