Home Breaking News ବାଇକ ଚୋରୀ କରିବା ପଡିଲା ମହଙ୍ଗା,ଦୁଇ ଜଣ ଯୁବକଙ୍କୁ ଫିଲ୍ମ ଷ୍ଟାଇଲ୍ ରେ ଧରି ଉତ୍ତମ ମଧ୍ୟମ ଦେଇ ପୋଲିସର ଜିମା ଦେଲେ ଲୋକେ

ବାଇକ ଚୋରୀ କରିବା ପଡିଲା ମହଙ୍ଗା,ଦୁଇ ଜଣ ଯୁବକଙ୍କୁ ଫିଲ୍ମ ଷ୍ଟାଇଲ୍ ରେ ଧରି ଉତ୍ତମ ମଧ୍ୟମ ଦେଇ ପୋଲିସର ଜିମା ଦେଲେ ଲୋକେ

by Times One Odia
Share with
     
 
 
   

ଲୋଇସିଂହା: ପୁଣି ଦୁଇ ଜଣ ବାଇକ ଚୋର ଙ୍କୁ କାବୁ କଲେ କର କଚିଆ ତ୍ରିବେଣୀ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ। ସୂଚନା ମୁତାବକ ବଲାଙ୍ଗିର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଝରଣୀ ପାଲି ପଂଚାୟତ ର ପୋଡ଼ପାଲି ଗ୍ରାମର ଭାଗବାନ ସାହୁ ତାଙ୍କର ଗ୍ଲାମର ବାଇକ ନଂ OD 15 B 8961 ରେ ପଥର ମୁଣ୍ଡା ନିକଟସ୍ଥ ତାଙ୍କ କ୍ଷେତ କୁ ମୁଗ ତୋଳିବାକୁ ଯାଇଥିଲେ। ରାସ୍ତା କଡରେ ବାଇକ ହ୍ୟାଣ୍ଡଲ୍ ଲକ୍ କରି ମୁଗ ତୋଳୁ ଥିବା ବେଳେ ଦୁଇ ଜଣ ଯୁବକ ଆସି ବାଇକ ର ହ୍ୟାଣ୍ଡିଲ୍ ଭାଙ୍ଗି କରକଚିଆ ଛକ ଆଡକୁ ବାଇକ ଚୋରୀ କରି ପଲାଉ ଥିଲେ। ଏହା ଭଗବାନ ସାହୁ ଙ୍କ ନଜରରେ ପଡ଼ିବା କ୍ଷଣି ଭଗବାନ ସାହୁ ସଙ୍ଗେ ସଙ୍ଗେ କର କଚିଆ ଛକର ତ୍ରିବେଣୀ ସ୍ଵୟଂ ସହାୟକ ଗୋଷ୍ଠୀ ର ସଭାପତି ଅଶୋକ କଲେଥ ଙ୍କୁ ମୋବାଇଲ ଫୋନ ଯୋଗେ ଜଣାଇଥିଲେ। ଫୋନ ମାଧ୍ୟମରେ ଖବର ପାଇ ଉକ୍ତ ଗୋଷ୍ଠୀ ର ସଭ୍ଯ ମାନେ ଠେଙ୍ଗା ବାଡି ଧରି ରାସ୍ତା ଜାମ୍ କରିଦେଇଥିଲେ। ରାସ୍ତା ଜାମ୍ ଦେଖି ଚୋର ଦ୍ୱୟ ଅନ୍ୟ ରାସ୍ତାରେ ଫେରାର୍ ମାରିବାକୁ ଚେଷ୍ଟା କଲାବେଳେ ତ୍ରିବେଣୀ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ଓ ସ୍ଥାନୀୟ କିଛି ଯୁବକ ଫିଲ୍ମ ଷ୍ଟାଇଲ ରେ ପିଛା କରି ପଥରମୁଣ୍ଡା ଛକ ନିକଟରେ ଚୋର ଦୁହିଁଙ୍କୁ କାବୁ କରିନେଇଥିଲେ। ଚୋର ଦ୍ୱୟ ହେଲେ ବରଗଡ଼ ଜିଲ୍ଳା ଗାଇସିଲେଟ ଅଧୀନସ୍ଥ ତେଲିପାଲି ଗ୍ରାମ ର ରାହୁଲ ସାହୁ ଓ ପଦ୍ମପୁର ବଡବନ୍ଧ ପଡା ର କାବୁଲୁ ଦାସ। ଚୋର ଦ୍ୱୟ ଙ୍କୁ ଉତ୍ତମ୍ ମଧ୍ୟମ ଦେଇ ସାଧାରଣ ଜନତା ଝରଣୀପାଲି ଗ୍ରାମ ପଞ୍ଚାୟତ ଅଫିସ୍ କୁ ନେଇଥିଲେ। ସ୍ଥାନୀୟ ସରପଞ୍ଚ ସୁଜିତ୍ ସାହୁ ଲୋଇସିଂହା ପୁଲିସ କୁ ଫୋନ୍ ଯୋଗେ ଯୋଗାଯୋଗ କଲାପରେ ପୁଲିସ ଘଟଣା ସ୍ଥଳରୁ ଅଭିଯୁକ୍ତ ଦ୍ୱୟଙ୍କୁ ଉଦ୍ଧାର କରି ଲୋଇସିଂହା ଥାନା କୁ ଆଣି ଅଟକ ରଖିବା ସହ ଅଧିକ ତଦନ୍ତ ଚଳାଇଛି। ପ୍ରକାଶଯୋଗ୍ୟ ଯେ ଏହିପରି ସମାନ ଷ୍ଟାଇଲ ରେ କର କଚିଆ ର ତ୍ରିବେଣୀ ସ୍ଵୟଂ ସହାୟକ ଦଳ ର ସଭ୍ଯ ମାନେ ଆଠ ଦିନ ପୂର୍ବରୁ ଦୁଇ ଜଣ ଛେଳି ଚୋର କୁ ଧରି ପୁଲିସ ର ଜିମା ଦେଇଥିଲେ। ସେଥିପାଇଁ ଅଞ୍ଚଳରେ ଉକ୍ତ ଗୋଷ୍ଠୀ ର ସଭ୍ଯ ମାନଙ୍କୁ ଭୂୟସୀ ପ୍ରଶଂସା କରାଯାଉଛି।

related posts

Leave a Comment