Home Breaking News କାବୁଲରୁ ଆଉ ୭୮ ଜଣଙ୍କୁ ନେଇ ଦିଲ୍ଲୀ ପହଁଚିଲା ଏୟାର ଇଣ୍ଡିଆ ବିମାନ

କାବୁଲରୁ ଆଉ ୭୮ ଜଣଙ୍କୁ ନେଇ ଦିଲ୍ଲୀ ପହଁଚିଲା ଏୟାର ଇଣ୍ଡିଆ ବିମାନ

by Times One Odia
Share with
     
 
 
   

ଆଫଗାନିସ୍ତାନରୁ ଜାରି ରହିଛି ଭାରତ ସରକାରଙ୍କ ମିଶନ ଏୟାରଲିଫ୍ଟ । ଏହି କ୍ରମରେ ଆଜି ସକାଳେ କାବୁଲରୁ ଦିଲ୍ଲୀକୁ ଆସିଥିବା ଏୟାରଇଣ୍ଡିଆ ବିମାନରେ ୭୮ ଜଣ ଯାତ୍ରୀଙ୍କୁ ଭାରତ ଅଣାଯାଇଛି । ୭୮ ଜଣଙ୍କ ମଧ୍ୟରୁ ୨୫ ଜଣ ଭାରତୀୟ ନାଗରିକ ରହିଛନ୍ତି । ଅନ୍ୟ ସମସ୍ତେ ଆଫଗାନ ଶିଖ । ଏବେ ବି ୨ ଶହରୁ ଅଧିକ ଲୋକ କାବୁଲ ଏୟାରପୋର୍ଟରେ ମିଶନ ଏୟାରଲିଫ୍ଟରେ ଭାରତ ଆସିବାକୁ ଅପେକ୍ଷାରେ ଥିବା ସୂଚନା ମିଳିଛି ।

related posts

Leave a Comment