ରାୟଗଡା(ଧନେଶ୍ବର ରାଉତ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ ଅନ୍ତର୍ଗତ ମୁନୁସ ଗାଁ ପଞ୍ଚାୟତର ବଡ଼ ଚେକନା ଗ୍ରାମର ଏକ ଶାଳ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାର ମୃତ୍ୟୁ ଦେହ ଉଦ୍ଧାର ମୃତ୍ୟୁ ମହିଳାର ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି ।ଏହି ଘଟଣାର ଖବର ପାଇ କାଶୀପୁର ଥାନା ଅଧିକାରୀ ପ୍ରଶ୍ନକୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଶଵ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଦିଆ ଯିବ ବୋଲି। ମିଳିଥିବା ସୂଚନା ଅନୁଯାୟୀ ମୃତ୍ୟୁ ମହିଳା ଜଣକ ହେଲେ ମୁନୁସ ଗାଁ ପଞ୍ଚାୟତର ରାମଗିରି ଗ୍ରାମର ବିଜେରା ମାଝିଙ୍କ ଝିଅ ଚଞ୍ଚଲା ମାଝୀ ନିଜ ପଞ୍ଚାୟତର ବଡ଼ଚେକନା ଗ୍ରାମର ଧାନଫୁଲ ମାଝୀଙ୍କ ପୁଅ ସନୁମାଝି ଙ୍କୁ ଏକ ବର୍ଷ ତଳେ ବିଭାହ କରିଥିଲେ ଯୌତୁକ ବାବଦକୁ ନେଇ ସ୍ୱାମୀ ସ୍ତ୍ରୀ ପରସ୍ପର ମଧ୍ୟରେ କିଛିଦିନ ତଳେ କଳି ଝଗଡା ଲାଗି ରହିଥିଲା ବୋଲି ମୃତ୍ୟୁ ମହିଳାଙ୍କ ପରିବାର ଠାରୁ ସୂଚନା ମିଳିଛି । ଅନେଇ ମୃତ୍ୟୁ ମହିଳାଙ୍କ ପରିବାର ଥାନାରେ ଅଭିଯୋଗ ପରେ ସ୍ବାମୀ ଶନୁମାଝୀଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରହିଛି ।ଅଧିକ ତଥ୍ୟ ସଂଗ୍ରହ ପାଇଁ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର
Share with