Home Breaking News / ତାଜା ଖବର ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୭ବର୍ଷ ଜେଲ

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୭ବର୍ଷ ଜେଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): ଏକ ନାବାଳିକା ଦୁଷ୍କର୍ମ ମାମଲାର ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ସୋମବାର ଫୁଲବାଣୀ ପୋକ୍ସ କୋର୍ଟ ବିଚାରପତି ଅଭିଯୁକ୍ତ ତ୍ରିନାଥ ଜୁଣ୍ଡି କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୫ମାସ ଜେଲ ଦଣ୍ଡାଦେଶ ଭୋଗିବାକୁ ଆଦେଶ ଦେଇଛନ୍ତି ପୋକ୍ସ ବିଚାରପତି ବୋଲି ସରକାରୀ ଓକିଲ କହିଛନ୍ତି ।
ଗତ ୧୯/୧/୨୦୧୭ରେ ତ୍ରିନାଥ ଜୁଣ୍ଡି ଟିକା ବାଲି ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ଗ୍ରାମର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଟିକାବାଲି ଥାନାରେ ଅଭିଯୋଗ ହୋଇଥିଲା।
ଟିକାବାଲି ଥାନାରେ ଏ ନେଇ ୭/୧୭ରେ ମାମଲା ରୁଜୁ ହୋଇଥିଲା।

related posts

Leave a Comment