Home Breaking News / ତାଜା ଖବର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ରକ୍ଷାବନ୍ଧନ

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ରକ୍ଷାବନ୍ଧନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କେନ୍ଦ୍ରାପଡ଼ା(ସୁନିଲ ସାହୁ): ପବିତ୍ର ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଦିବସ ତଥା ରକ୍ଷାବନ୍ଧନ ଦିବସକୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ମାନେ ପାଳନ କରିଛନ୍ତି.. ସୂଚନା ଅନୁଯାୟୀ ଗତବର୍ଷ 2020 ମସିହା ଜୁଲାଇ ମାସରେ କେନ୍ଦ୍ରାପଡ଼ା ଜିଲ୍ଲା ର ରାଜକନିକା ବ୍ଲକ ଅନ୍ତର୍ଗତ ବରୁନାଡ଼ିହା ପଞ୍ଚାୟତର ପାରୀମୁକୁଁନ୍ଦପୁର ଗ୍ରାମ ନିକଟରେ ବୋହି ଯାଉଥିବା ଖରସ୍ରୋତା ନଦୀ କୂଳରେ ଏକ ଭଉଣୀ ପାଖରୁ ତାର ଭାଇକୁ କୁମ୍ଭୀର ନେଇ ଖାଇଦେବା ଘଟଣା ର କିଛି ଦିନ ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଉକ୍ତ ଭଉଣୀ ପାର୍ବତୀ କୁ ପୋସ୍ୟା ଭଉଣୀ ଭାବରେ ଗ୍ରହଣ କରି ଗତବର୍ଷ ତା ହାତରୁ ରାକ୍ଷୀ ବାନ୍ଧିଥିଲେ ଓ ଭଉଣୀ ପାର୍ବତୀ ର ସମସ୍ତ ପାଠ ପଢ଼ା ଓ ସମସ୍ତ ଦାୟିତ୍ଵ ତୁଲାଇବା ର ପ୍ରତିଶ୍ରୁତି ଦେଇଥିଲେ ..ଗତବର୍ଷ ପାର୍ବତୀକୁ +୨ ବିଜ୍ଞାନ ବିଭାଗରେ ନାମଲେଖାଇ ଥିଲେ ଏହିବର୍ଷ ସେହି ପୋଷ୍ୟ ଭଉଣୀ ପାର୍ବତୀ ର ଦ୍ୱିତୀୟ ବର୍ଷ ର ପୁନଃ ନାମ ପଞ୍ଜିକରଣ କରାଇବା ସହ ଆଜି ତାଙ୍କ ଗ୍ରାମରେ ପହଞ୍ଚି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ମାନେ ନିଜ ଭଉଣୀ ହାତରୁ ରାକ୍ଷୀ ପିନ୍ଧିଥିଲେ ତତ୍ ସହିତ ଗ୍ରାମରେ ପରିବେଶ କୁ ସୁରକ୍ଷା ଦେବାପାଇଁ ବୃକ୍ଷ ର ଭୂମିକା ବିଷୟରେ ସଚେତନତା କରାଇବା ସହିତ ପାର୍ବତୀ ର ସେହି ମୃତ ଭାଇ ନାମରେ ଗ୍ରାମର ପ୍ରତି ପରିବାରରେ ଗୋଟିଏ ଗଛ ଲଗାଇବା ପାଇଁ ଅନୁରୋଧ କରିଛନ୍ତି..
ଟ୍ରଷ୍ଟ ପକ୍ଷରୁ ଏହି ପାରୀମୁକୁନ୍ଦପୁର ଗ୍ରାମରେ ୧୦୦ ରୁ ଉର୍ଦ୍ଧ ଫଳ ଚାରା ବଣ୍ଟନ କରାଯାଇଛି..
ଏହି କାର୍ଯ୍ୟକ୍ରମ କୁ ଟ୍ରଷ୍ଟ ର ସଭାପତି ଦମନ କୁମାର ମହାନ୍ତି ପରିଚାଳନା କରିଥିଲେ , ଏହି ବିଶାଳ କାର୍ଯ୍ୟକ୍ରମକୁ ଶାନ୍ତନୁ ମଲ୍ଲିକ,କେଦାର ସ୍ୱାଇଁ , ସୁପ୍ରଭାତ ,ରାଜେଶ୍ ସ୍ୱାଇଁ , ସୂର୍ଯ୍ୟକାନ୍ତ ପରିଡ଼ା , ଶିଳ୍ପା ବୋଷ ,ଶୁଭାଶିଷ ଷଡ଼ଙ୍ଗୀ ,ସିନୁ କୁମାର, ହେମନ୍ତ ସାମଲ, ବାସୁଦେବ ଦାସ,ସନ୍ତୋଷ ମଲ୍ଲିକ ଓ ଅଜୟ ଶର୍ମା l

related posts

Leave a Comment