ଆନ୍ଧ୍ରପ୍ରଦେଶ(ଜ୍ୟୋତିନ୍ଦ୍ର ପାଢ଼ୀ): ଶ୍ରୀକାକୁଲମ ଜିଲ୍ଲାର ଇଚ୍ଛାପୁର – ଶ୍ରୀକାକୁଲମ କୁ ସଂଯୋଗ କରୁଥିବା ୫ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଆନ୍ଧ୍ରପ୍ରଦେଶ ରାଜ୍ୟ ପୋଲିସର ୪ ଜଣ ସଶସ୍ତ୍ର ରିଜର୍ଭ ପୋଲିସ୍ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, କନଷ୍ଟେବଳମାନେ ଓଡ଼ିଶା – ଆନ୍ଧ୍ରପ୍ରଦେଶ ସୀମାନ୍ତରେ ରହିଥିବା ଇଚ୍ଛାପୁରମ ନିକଟରେ ଏକ ଆର୍ମି ଯବାନଙ୍କ ଅନ୍ତିମ ସଂସ୍କାର ରୀତିନୀତିରେ ଯୋଗଦେବା ପରେ ଶ୍ରୀକାକୁଲମ ସହରର ଜିଲ୍ଲା ମୁଖ୍ୟାଳୟକୁ ଫେରୁଥିଲେ। ପାଲାସା ନିକଟରେ ପହଞ୍ଚିବା ବେଳକୁ ସେମାନେ ଯାତ୍ରା କରୁଥିବା ବୋଲେରୋ ଗାଡିର ଆଗ ଟାୟାର ମଧ୍ୟରୁ ଗୋଟିଏ ଫାଟି ଯାଇ ରୋଡ ଡିଭାଇଡରକୁ ଧକ୍କା ଦେଇଥିଲା ଓ ଗାଡିଟି ରାସ୍ତାର ଅପର ପାର୍ଶ୍ୱକୁ ଖସିପଡି ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା, ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣ କନଷ୍ଟେବଳଙ୍କ ମୃତ୍ୟୁ ଘଟିଥିଲା।ସୂଚନା ପାଇ ପାଲାସା ପୋଲିସ ଥାନାର କର୍ମଚାରୀ ମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶ୍ରୀକାକୁଲମ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି।
ଆର୍ମି ଯବାନଙ୍କ ଅନ୍ତିମ ସଂସ୍କାରରେ ଯାଇଥିବା ୪ ପୋଲିସ କର୍ମଚାରୀଙ୍କ ମୃତ୍ୟୁ
Share with
previous post