ଫୁଲବାଣୀ(ସୁନୀଲ ପଟନାୟକ): ସୋମବାର ସ୍ଥାନୀୟ ନାରାୟଣୀ ଯାତ୍ରା ସମ୍ମିଳନୀ କକ୍ଷ ଠାରେ ଅବସର ପ୍ରାପ୍ତ ସରକାରି କର୍ମଚାରୀ ସଂଘ କନ୍ଧମାଳ ଶାଖାର କାର୍ଯ୍ୟକାରି ବୈଠକ ସଭାପତି ସର୍ବେଶ୍ଵର ମିଶ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି. । ଏହି ବୈଠକରେ ବିଶେଷ କରି ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ମାସିକ ସ୍ଵାସ୍ଥ୍ୟଭତ୍ତା, ବକେୟା ଥିବା ୧୧୨ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ,ଜିଲାକୁ ରେଳ ସଂଯୋଗ, ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ ଖାଲିପଡିଥିବା ଡାକ୍ତର ପଦବୀ ପୁରଣ ସହ ଏକ ହୃଦରୋଗ ବିଶେଷଜ୍ଞ ଓ ଅଲଟ୍ରାସାଉଣ୍ଡ ଡାକ୍ତର ନିଯୁକ୍ତି ଆଦି ଦାବୀ କରାଯାଇଥିଲା। ସେହି ପରି ପର୍ଯ୍ୟଟନସ୍ଥଳୀର ବିକାଶ କରିବା,ବାଇପାସରାସ୍ତା ନିର୍ମାଣ ନେଇ ମଧ୍ୟବରୀଷ୍ଠ ସଦସ୍ୟମାନେ ମତ ରଖିଥିଲେ।
ଏହି ବୈଠକରେ ରବୀନ ସାମନ୍ତରାଏ, ବସନ୍ତ ବେହେରା , ପିତାମ୍ବର ମିଶ୍ର, ରାଜକିଶୋର ପାଢି, ତ୍ରିନାଥ ବେହେରା , ଭିକାରୀଚରଣଭୁୟାଁ, ତ୍ରିନାଥ ଦାସ, ପ୍ରସନ୍ନ ସାହାଣୀ,ଗୁରଦେବ ମୁଖି ବାଞ୍ଚା ନିଧି ନା ଏକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଉପସଭାପତି ପ୍ରସନ୍ନ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ।
ବିଭିନ୍ନ ସମସ୍ୟା ନେଇ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବୈଠକ
Share with
previous post