Home Breaking News / ତାଜା ଖବର ଜିଉଦୟଗିରି କାଲି ଗାଡ଼ୁ ହିଲ ଟପ ବୁଲିଲେ ଜିଲ୍ଲାପାଳ: ଉନ୍ନତିକରଣ ପାଇଁ ଦେଲେ ପ୍ରତିଶ୍ରତି

ଜିଉଦୟଗିରି କାଲି ଗାଡ଼ୁ ହିଲ ଟପ ବୁଲିଲେ ଜିଲ୍ଲାପାଳ: ଉନ୍ନତିକରଣ ପାଇଁ ଦେଲେ ପ୍ରତିଶ୍ରତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): ଘଞ୍ଚ ଜଙ୍ଗଲ ଓ ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି କନ୍ଧମାଳ ଜିଲ୍ଲା। ଜିଲା 6ର ଅନେକ ମନଲୋଭା ପର୍ଯ୍ୟଟନ ସ୍ଥଳୀ ରହିଛି । ତେବେ ନିକଟରେ ଜି .ଉ ଦୟଗିରି ନିକଟରେ କାଲି ଗାଡ଼ୁ ହିଲ ଟପ ଏକ ସୁନ୍ଦର ପ୍ରାକୃତିକ ପରିବେଶ ଓ ପ୍ରଶାସନର ଅଗୋଚରରେ ରହିଯାଇଥିବା ନେଇ ଖବର ୱେବ ମିଡିଆ ଓ ଖବରକାଗଜରେ ପ୍ରକାଶ ପାଇବାପରେ ଏଠାକୁ ଲୋକଙ୍କ ସୁଅ ଛୁଟିଥିଲା।ଗଣମାଧ୍ୟମ ରୂଜାଣି ଏବେ କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦାଡି
ହିଲ ଟପକୁ ଯାଇ ବୁଲି ଦେଖିବା ସହ ପ୍ରକୃତିର ମଜା ଉଠାଇଥିଲେ। ଏଥି ସହ ମୋବାଇଲରେ ଫଟୋ ମଧ୍ୟ କଏଦ କରିଥିଲେ । ହିଲ ଟପକୁ ଗମନାଗମନ ବ୍ୟବସ୍ଥା ସହ ପାନୀୟ ଜଳ ବ୍ୟବସ୍ଥା ଓରେ ରେଷ୍ଟ ସେଡ଼ ନିର୍ମାଣର ଆବଶ୍ୟକତା ରହିଛି ।
ଜିଲ୍ଲା ପାଳଙ୍କ ଗସ୍ତ ବେଳେ ବିଡିଓ ବିଜୟ କୁମାର ପ୍ରଧାନ ଓ ଅନ୍ୟମାନେଉପସ୍ଥିତ ଥିଲେ ।
ଆସନ୍ତା ପର୍ଯ୍ୟଟନ ଋତୁ ଆରମ୍ଭ ପୂର୍ବରୁ ଭିତ୍ତିଭୂମୀର ବ୍ୟବସ୍ଥା ହେଲେ ଅଧିକ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

related posts

Leave a Comment