Home Breaking News / ତାଜା ଖବର କଟକ ପୋଲିସ ଦ୍ୱାରା ସିକରପାଇର କମ୍ପାଉଣ୍ଡର ବାସ ଭବନରୁ ମାମୁ ଭଣଜା ଗିରଫ

କଟକ ପୋଲିସ ଦ୍ୱାରା ସିକରପାଇର କମ୍ପାଉଣ୍ଡର ବାସ ଭବନରୁ ମାମୁ ଭଣଜା ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ଭଣଜାଙ୍କ ସରଣରେ ମାମୁ ରହି ସରାଜରଙ୍କ ପୋଲିସ ବିଭାଗର ଆଖିରେ ଧୂଳି ଦେଇ ଦୀର୍ଘ ତିନି ବର୍ଷ ଆତ୍ମ ଗୋପନ କରିଥିବା ଅପରାଧୀ ଜଣକ ଗତ ସୁକୃବାର ଦିନ ଅର୍ଥାତ ୨୦/୦୮ ତାରିଖ ରେ ସ୍ଥାନୀୟ ପୋଲିସ ସହାୟତାରେ କଟକ ପୋଲିସ ହାତରେ ଧାରା ପଡିଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। କଟକ ବହୁ ଚର୍ଚ୍ଚିତ ଧଳ ସାମନ୍ତ ଭାଇଙ୍କ ସହ କାମ କରୁଥୁବା ନେଇ ଓ ଏକ ହତ୍ୟା ମାମଲାରେ ଜଡିତ ରହିଥିବା କଟକ ପୋଲିସ ଜାଣି ପରିଥିବା ବେଳେ ସେ ଫେରାର ଆସାମୀ ଥିଲା। ତାଙ୍କ ଘର ଭଦ୍ରକ ବୋଲି ଜଣା ପଡ଼ିଛି ତାଙ୍କ ନାମ ରବି କୁମାର ସାହୁ ଓରଫ ଦିଲୁ ବୋଲି ଜଣା ପଡ଼ିଛି। ପ୍ରକାଶ ଯୋଗ୍ୟ ଏହିକିଯେ ଜଣେ ଅପରାଧୀକୁ ସରକାରୀ କାର୍ଯ୍ୟାଳୟରେ ଅର୍ଥାତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ସରକାରୀ ବାସ ଗୃହରେ ଜାଣିଶୁଣି ଏକ ଅପରାଧୀ କୁ ସରଣ ଦେଇଥିବା ଭଣଜା ଅମିତ ମାଲିକ ଅଟେ। ଅପରାଧ କରିବା ଅପେକ୍ଷା ଅପରାଧୀଙ୍କୁ ସହଯୋଗ କରିବା ମଧ୍ୟ ଏକ ବଡ଼ ଅପରଧ ଅଟେ ଭାରତୀୟ ପିଙ୍ଗଳ କର୍ଡ଼ ର ଧାରା ଅନୁଯାଇ ଏହା ଦଣ୍ଡନୀୟ ଅପରାଧ ଅଟେ, ତେଣୁ ଏଭଳି ଅପରାଧୀଙ୍କୁ ସହଯୋଗ କରୁଥିବା ଲୋକଙ୍କ ସରକାରୀ ଚାକିରୀରୁ ନିଲମ୍ବନ କରିବା ସହ ମକଦମା ଚଳାଇବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏପରିକି ସବୁଦିନ ମେଡ଼ିକାଲ ପରିସରରେ ମଦ ମାଂସ ର ଆସର ଜମାଇବାକୁ ମଧ୍ୟ ପଛାଉ ନଥିଲେ ତେଣୁ ଏହାର ତଦନ୍ତ କରି ସରକାରୀ ପଦବୀରୁ ନିଲମ୍ବନ କରିବା ଉଚିତ। ଏନେଇ ସି ଡି ଏମ ଓ ଙ୍କୁ ପଚାରିବାରୁ କିଛି ସନ୍ତୋଷ ଜନକ ଉତର ମିଳିନଥିଲା। ସରକାରୀ ବାସ ଭବନ କୁ ଅପରାଧୀଙ୍କ ଆଡ୍ଡା ସ୍ଥଳୀ ନହେବା ପାଇଁ ପ୍ରଶାସନ ଓ ବିଭାଗ ତରଫରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ସାଧାରଣ ଜନତା। ଏନେଇ ଥାନାଧିକାରୀ ସୁକମା ହଂସଦା ଙ୍କୁ ପଚାରିବାରୁ ଏହାର ତଦନ୍ତ ଚାଲିଛି ଏଠି ରହି ଆଉ କଣ କଣ କରୁଥୁଲା ଓ କାହାର ଏଥିରେ ସମ୍ପୃକ୍ତ ରହିଛି ତାହା ଏବେ କହିବା ସମ୍ଭବ ନୁହେଁ ତଦନ୍ତରେ ବାଧା ଉପୁଜୀବ ବୋଲି ମନ୍ତବ୍ୟ ଦେଇଥିଲେ।

related posts

Leave a Comment