Home Breaking News / ତାଜା ଖବର କୂଳ ଖାଉଛି ନଦୀ ନିଶ୍ଚିହ୍ନ ହେଇଯିବ ଅନେକ ଗାଁ

କୂଳ ଖାଉଛି ନଦୀ ନିଶ୍ଚିହ୍ନ ହେଇଯିବ ଅନେକ ଗାଁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ଯଦି ବେଳ ଥାଉ ଥାଉ ବ୍ୟବସ୍ଥା ଗ୍ରହଣ କରା ନ ଯାଏ ତାହେଲେ ଧାର ପୃଷ୍ଠରୁ ନିଶ୍ଚିହ୍ନ ହୋଇଯିବ ଅନେକ ଗାଁ ମାତ୍ର ନକ୍ସା ବଞ୍ଚିବ । ନଦୀର ଗତି ପଥ ବଦଳିବା ଯୋଗୁଁ ଚାଷ ଜମି ବାଲି ଚର ପଲଟିଥିବା ବେଳେ ଅନେକ ଗ୍ରାମ ବୁଡିବାର ସମ୍ଭାବନା ରହି ଆଶଙ୍କା ବ୍ୟକ୍ତ କରିଛନ୍ତି ଅନେକ ଗ୍ରାମବାସୀ। ଏହିଭଳି ପ୍ରକୃତିର ତାଣ୍ଡବରେ କିଛି ବର୍ଷତଳେ ନଗବଳୀ ନଦୀ ରେ ଭୀଷଣ ବଢି ଆସିବାରୁ କୁମ୍ଭରଗୁଡା ଗ୍ରାମ ଧାରା ପୃଷ୍ଠରୁ ନିଶ୍ଚିହ୍ନ ହେଇଯାଇଛି।ଏହିଭଳି ସମସ୍ୟା ଲାଗିରହିଛି ରାୟଗଡ ଜିଲା ଓ କଳାହାଣ୍ଡି ଜିଲ୍ଲାର ନଦୀକୂଳିଆ ଗ୍ରାମର ଲୋକମାନଙ୍କୁ। କଳାହାଣ୍ଡିର ଅନେକ ଗ୍ରାମ ଓ ଆଡା ବାଡ଼ି, କଲ୍ୟାଣସିଙ୍ଘସପୁର, ଭାତପରସି, ପୁଝାରିଗୁଡା,କତାଗୁଡା, ଜିଲୁଣ୍ଡା, କୁରାଡ଼ି, ଧାମଣୀମା, ଭେଜା, ଅଡୁଗୁଡା, ଚାନ୍ଦିଲି, ମାଙ୍କଡ଼ ଝୋଲା, କୁନେରୁ ଭଳି ଅନେକ ଗ୍ରାମ ଦିନେ ଆଉ ଦେଖାଯିବନି, ଯଦି ବେଳ ଥାଉଣୁ ଏହାର ପ୍ରତିକାର କରା ନଯାଏ ବୋଲି ଅର୍ଜୁ କଡାକା, ରାମ ମିନିୟକା, ବଣ୍ଡୁକୁ ତୀୟକା, ବାଲି ମେଲେକା, ଗଙ୍ଗାଧର କଡ୍ରକା ପ୍ରମୁଖ ଆଶଙ୍କା ବ୍ୟକ୍ତ କରିଛନ୍ତି।ସେହିଭଳି ଚନ୍ଦ୍ର ଚମିଆ, ଲକୀ କଞ୍ଜକା କହିଛନ୍ତି କି ଆଗରୁ ନଦୀ ତଟରେ ରହିଥିବା ଜମି ଗୁଡିକ ସହ ସହ ଏକର ଜମି ବାଲି ଚର ହେଇ ଯାଇଛିତେଣୁ ଅନେକ ଜମି ହରାହେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି।ତେଣୁ ଗଣ ମାଧ୍ୟମ ଜରିଆରେ ଅଭିଯୋଗ କରିଛନ୍ତି କି ନଦୀ କୁଳିଆ ଗ୍ରାମ ମାନଙ୍କ ସୁରକ୍ଷା ପାଇଁ ନଦୀ ବନ୍ଧ ଯୋଜନା କରି କୂଳକୁ ପଥର ବନ୍ଧ କରାଗଲେ ଗ୍ରାମବାସୀ ଶାନ୍ତିରେ ଚଳି ପାରନ୍ତେ ବୋଲି ନେହୁରା ହେଇଛନ୍ତି।

related posts

Leave a Comment