Home Breaking News / ତାଜା ଖବର ଗାୟତ୍ରୀ ଶକ୍ତି ପୀଠରେ ଶ୍ରାବଣୀ ଉତ୍ସବ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ

ଗାୟତ୍ରୀ ଶକ୍ତି ପୀଠରେ ଶ୍ରାବଣୀ ଉତ୍ସବ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ସଦର ମହକୁମା ରେ ଥିବା ଗାୟତ୍ରୀ ଶକ୍ତି ପୀଠ ଠାରେ ଆଜି ଭଗବାନ ବଳରାମଙ୍କ ଜନ୍ମଦିବାସରେ ଶ୍ରାବଣୀ ଉତ୍ସବ ପାଳିତ ହୋଇ ଯାଇଛି। ଏହି ଅବସରରେ ଦଶବିଧି ସ୍ନାନ କରି ଦଶ ପ୍ରକାର ନଦୀର ଜଳ ସହ ପୂଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରକ୍ଷା ବନ୍ଧନ ଉତ୍ସବ ଥିବାରୁ ଉପସ୍ଥିତ ଭଉଣୀ ମାନେ ସମସ୍ତ ଭାଇ ମାନଙ୍କୁ ଧର୍ମ ରକ୍ଷାସୂତ୍ରକୁ ବନ୍ଧନ କରି ଧର୍ମ ରକ୍ଷା ଓ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ଯୁଗ ନିର୍ମାଣ ପାଇଁ ବ୍ୟକ୍ତି ନିର୍ମାଣ କରିବାକୁ ପ୍ରତିଶୃତି ମାଗିଥଲେ। ସେହି ଭଳି ଏହି ଉତ୍ସବରେ ତର୍ପଣ, ଯଜ୍ଞ ଓ ସିରିଗୁଡା ନିକଟସ୍ଥ ସ୍ମଶାନ ଠାରେ ବୃକ୍ଷ ରୋପଣ କରାଯାଇଥିଲା। ପରି ବ୍ରଜକ ସୁରେଶ ଦାସ ଯଜ୍ଞ ସଞ୍ଚାଳନ କରିଥିଲେ। ପ୍ରକାଶ ଯୋଗ୍ୟ ଯେ ଗାୟତ୍ରୀ ଶକ୍ତି ପୀଠରେ ସମସ୍ତ ପ୍ରକାର ମୁଣ୍ଡନ, ଅନପ୍ରସନ, ବିଦ୍ୟାରମ୍ଭ, ବିବାହ, ବ୍ରତ, ଓ ଅନ୍ୟ ସଂସ୍କାର ମାନ କରାଯାଉଛି। ଯେ କେହି ଏହି ମନ୍ତ୍ରକୁ ଜପ ଧ୍ୟାନ କଲେ ମାନସିକ ଶାନ୍ତି ମିଳିବା ସହ ଦୈବୀ କୃପା ଲାଭ ହୁଏ ବୋଲି ଭକ୍ତ ପ୍ରଳୟ ସାହୁ କହିଛନ୍ତି।ଏହି ଉତ୍ସବରେ ଶକ୍ତି ପୀଠ ପ୍ରତିଷ୍ଠାତା ବୃନ୍ଦାବନ ମିଶ୍ର ମନ୍ଦିର ଟ୍ରଷ୍ଟ ମୁଖିଆ ସୁଧୀର ମିଶ୍ର, ଏନ ପି ସିଂ, ଭାର୍ଗବୀ ଦଳେଇ, ଓ ଅନ୍ୟମାନେ ଯୋଗ ଦେଇଥିଲେ ଏବଂ ଅନ ପ୍ରସାଦ ସେବନ ଉପରନ୍ତେ ସମାପନ ହୋଇଥିଲା।

related posts

Leave a Comment