Share with
କାମାକ୍ଷାନଗର(ଟୁକୁନ୍ ବିଶ୍ବାଳ): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ପର୍ଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ସୋଲଗାଁରେ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପରିବାର ଲୋକେ ଜାଣିବା ପରେ ପୋଲିସ କୁ ଖବର ଦେଇଥିଲେ ।ସୋଲଗାଁର ଯୁବକ ପ୍ରଦୀପ ବେହେରା(୨୮)ବର୍ଷ ଆଜି ମଧ୍ୟାନରେ ଘରେ ଝୁଲୁ ଥିବା ଅବସ୍ଥାରେ ଘର ଲୋକ ମାନେ ଦେଖିଥିଲେ । ସ୍ତ୍ରୀର ଚରିତ୍ର ପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି ।ଖବର ପାଇ ମହାବିରୋଡ଼ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲ ,ଏସାଇ ଅକାରଣ ବେହେରା ଘଟଣା ସ୍ଥଳକୁ ଯାଇ ଝୁଲୁ ଥିବା ଯୁବକକୁ ଶବ ଉଦ୍ଧାର କରି ବ୍ୟବେଛେଦ ପାଇଁ ପରଜଙ୍ଗ ମେଡ଼ିକାଲ କୁ ପଠାଇଛନ୍ତି ।ପୋଷ୍ଟମଟର୍ମ ରିପୋର୍ଟ ଆସିଲା ପରେ ଘଟଣା ର ସତ୍ୟତା ଜଣା ପଡିଯିବ ବୋଲି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି ।ଏହାର ତଦନ୍ତ କରୁଛନ୍ତି ମହାବିରୋଡ଼ ଏ ଏସାଇ ଅକାରଣ ବେହେରା ।