କଙ୍କଡ଼ାହାଡ଼(ନବକିଶୋର ସାହୁ): ଯୋଜନା ପରେ ଯୋଜନା କିନ୍ତୁ ଗରିବ ଲୋକଙ୍କୁ ଉପହାସ , କଙ୍କଡାହାଡ଼ ବ୍ଲକ ଶସାପଶି ନିଲେଇ ସାହିର ବୃଦ୍ଧା ରହୁଛନ୍ତି ଖୋଲା ଆକାଶ ତଳେ ପଲିଥିନ ଟାଣି ସାହା ହେବାକୁ କେହି ନାହିଁ ସାହି ପଡ଼ୋଶୀଙ୍କ ସାହାଯ୍ୟରେ ଚଳି ଯାଉଛନ୍ତି ,ତା ସାଙ୍ଗକୁ ପକ୍ଷଘାତ ଯନ୍ତ୍ରଣା ,ଉପଜିଲ୍ଲାପାଳ କହିଲେ ବିଡ଼ିଓଙ୍କୁ କହିବେ ଘଟଣା ଉପରେ ।ସରକାରଙ୍କର ମାଳମାଳ ଯୋଜନା କିନ୍ତୁ କାହାପାଇଁ ।ଥିଲା ଵାଲାଙ୍କୁ ଆବାସ ଯୋଜନାରେ ଘର ମିଳୁଥିବା ବେଳେ ଜଣେ ଅସହାୟ ନିସ୍ୱ ଲୋକଙ୍କୁ ସାହା ହେବାକୁ କେହି ନଥିବା ବେଳେ ଘର ଖଣ୍ଡିଏ ମଧ୍ୟ ନାହିଁ ।ଏଭଳିଆ ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ସଦର ମହକୁମା ଠାରୁ ମାତ୍ର ୩କିମି ଦୂର କରଗୋଳା ପଂଚାୟତ ଶସାପଶି ନିଲେଇ ସାହିର ବୃଦ୍ଧା କଇଁତା ମହାରଣା ।ବୟସ ହୋଇ ଗଲାଣି ଆଉ ସାହା ହେବାକୁ କେହି ନାହାନ୍ତି ।ସ୍ୱାମୀ ଆର ପାରିକୁ ଚାଲି ଗଲେଣି ଏକମାତ୍ର ଝିଅ ବିବାହ କରିବା ପରେ ସେ ମଧ୍ୟ ମାକୁ ପଚାରୁ ନାହାନ୍ତି ।ଘର ଭାଙ୍ଗି ଯାଇ ମାଟିରେ ମିଶି ସାରିଛି ।ତା ସାଙ୍ଗକୁ ଏବେ ପକ୍ଷଘାତ ରୋଗ ଅଧିକ ଚିନ୍ତାରେ ପକାଇଛି ।ଜଣେ ସ୍ୱାଭିମାନି ମଣିଷ ହିସାବରେ କାହାକୁ ମଧ୍ୟ କିଛି କହୁ ନାହାନ୍ତି ସେ ।ଶସାପଶି ଗାଁ ମୁଂଡରେ ଗୋଟିଏ ଜଙ୍ଗଲିଆ ପଡିଆ ନିକଟରେ ଖୋଲା ଆକାଶ ତଳେ ଜରି ପଲିଥିନ ଟାଣି ରହୁଛନ୍ତି ।ସରକାରଙ୍କ ତରଫରୁ ୫ସହ ଟଙ୍କା ଭତା ଓ ୫କେଜି ରାସନ ଚାଉଳ ପାଉଛନ୍ତି ।ଏତିକିରେ ଚାଲିବା କଷ୍ଟ ଠାରୁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନଥିବାରୁ ବଡ଼ କଷ୍ଟରେ ବର୍ଷା ଦିନରେ ପଲିଥିନ ତଳେ ରହିବାକୁ ବାଧ୍ୟ ହେଉଛନ୍ତି ।ଗାଁ ଲୋକମାନେ ଯାହାକିଛି ଖାଇବାକୁ ଦେଲେ ସେତିକିରେ ଚଳି ଯାଉଛନ୍ତି ।କହିବେ କାହାକୁ କିଏ ଅଛି ତାଙ୍କର ଯେ ପଂଚାୟତ ଠାରୁ ବ୍ଲକ ଯାଏ ପହଂଚି ବାବୁ ମାନଙ୍କୁ ଗୋହ।ରି କରିବ ।ନିଜେ ମଧ୍ୟ ଠିକରେ କଥା କହି ପାରୁନାହାନ୍ତି ।ଏଥର କେବଳ ଭଗବାନଙ୍କୁ ଭରସା କରି ଚଳୁଛନ୍ତି ।ଏହି ଖବର ବିଷୟରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ କହିଲେ ବିଡ଼ିଓ ଓ ତହସିଲଦାରଙ୍କୁ କହିବେ ଏହା ଉପରେ ତୁରନ୍ତ ବିଚାର କରାଯିବ ଯାହାକିଛି ଆବଶ୍ୟକ ଅଛି ସରକାରୀ ନିୟମ ଅନୁସାରେ ତୁରନ୍ତ କରାଯିବ ।
ସରକାରୀ ଯୋଜନା କାହାପାଇଁ ,କଙ୍କଡାହାଡ଼ ଶସାପଶି ନିଲେଇ ସାହିର ବୃଦ୍ଧା ରହୁଛନ୍ତି ଖୋଲା ଆକାଶ ତଳେ ପଲିଥିନ ଟାଣି
Share with
previous post