Home Breaking News / ତାଜା ଖବର ଅଲ ଓଡିଶା ଲୟର୍ସ ଆସୋସିଏସନର କାର୍ଯ୍ୟକାରୀ ବୈଠକ

ଅଲ ଓଡିଶା ଲୟର୍ସ ଆସୋସିଏସନର କାର୍ଯ୍ୟକାରୀ ବୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର(ଟୁକୁନ୍ ବିଶ୍ବାଳ): -ଢେଙ୍କାନାଳ ଜିଲା କାମାକ୍ଷାନଗର ଦାସୀ କଲ୍ୟାଣ ମଣ୍ଡପ ପରିଷରରେ ଅଲ ଓରିଶା ଲୟର୍ସ ଆସୋସିସନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଓକିଲ ମାନଙ୍କ ର ବିଭିନ୍ନ ସମସ୍ୟା, ସଂଗଠନ ର ଉନ୍ନତି ଓ ଆଗାମୀ ଦିନ ରେ କାମାକ୍ଷାନଗର ଠାରେ ରାଜ୍ୟ ଓକିଲ ସଙ୍ଘ ତରଫରୁ ସାଧାରଣ ବୈଠକ ଅନୁଷ୍ଠିତ ହେବା ନେଇ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଓକିଲ ସଙ୍ଘ ସଭାପତି ଗୋପାଳ କୃଷ୍ଣ ମହାନ୍ତି, ସମ୍ପାଦକ ସୁଶାନ୍ତ ବରାଳ, ସାଙ୍ଗଠନିକ ସମ୍ପାଦକ ନିରଞ୍ଜନ ପ୍ରସାଦ ନାୟକ, ପୂର୍ବତନ ସଭାପତି ଶିଶିର କୁମାର ପାଢ଼ୀ ଓ ବିଚିତ୍ର ବଡ଼ଜେନା ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ କୁ କାମାକ୍ଷାନଗର ଓକିଲ ସଂଘ ସଭାପତି ଧର୍ମାନନ୍ଦ ମଲ୍ଲିକ, ସମ୍ପାଦକ ସୂର୍ଯ୍ୟକାନ୍ତ ବିଶ୍ୱାଳ ଓ ବରିଷ୍ଠ ଆଇନଜୀବୀ ମାନେ ପରିଚାଳନା କରିଥିଲେ l କାମାକ୍ଷାନଗର ଓକିଲ ସଙ୍ଘ ଓ ରାଜ୍ୟ ସଙ୍ଘ ର ଦିବଂଗତ ଓକିଲ ମାନଙ୍କ ଉଦେଶ୍ୟ ରେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା lକାର୍ଯ୍ୟକ୍ରମ ଶେଷରେ ରାଜ୍ୟ କାର୍ଯ୍ୟକାରୀଣୀ ସଭ୍ୟ ଶେଷରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

related posts

Leave a Comment