ରାୟଗଡା(ଧନେଶ୍ବର ରାଉତ): ସାରାର ଅଭାବୀ ବିକ୍ରି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଚାଷୀ। ବାଧ୍ୟ ହୋଇ ଚଢା ଦରରେ କିଣି ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଜିଲ୍ଲାରୁ ମୌସୁମୀ ବର୍ଷା ର ଉଭନା ପରେ ଜେନ ତେନ ପ୍ରକାରେନ ବେଉଷଣ କରିଥିବା ଚାଷୀ ଏବେ ବର୍ଷାର ବେଢ଼ିକୁ ସାରର କରଦା ବାଦୀ ଦାଉ ସାଜିଛି। ରାୟଗଡ ଜିଲ୍ଲାର ସବୁଠୁ ଅଧିକ ଲୋକ ଧାନ ଚାଷ କରିଥାନ୍ତି କାରଣ ବର୍ଷା ସ୍ୱାଭାବିକ ହୁଏ ଏବଂ ବନ ପାହାଡ଼ ଘେରା ଅଂଚଳରେ ଚିରସ୍ରୋତା ନଦୀ ଝରଣା ରେ ଯଥେଷ୍ଟ ଜଳ ଯୋଗାଇ ଦିଏ ପ୍ରକୃତି।କିନ୍ତୁ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ଯୋଗୁଁ ପାଣିର ଅଭାବ ଦେଖାଦେଇଛି। କାଶୀପୁର ଅଂଚଳର ଟିକିର ଲ୍ୟାମ୍ପ ଦ୍ୱାରା ସାରା ଯୋଗାଇ ଦେବାରେ ଅବହେଳା ଯୋଗୁଁ ମୁନଫଖୋର ଅସାଧୁ ବ୍ୟବସାଇ ଙ୍କ ଠାରୁ ଶୋଷଣର ଶିକାର ହେଉଛନ୍ତି ବୋଲିଅଂଚଳର ଚାଷୀ କଣ୍ଟା ମାଝୀ, ପ୍ରସାଦ ମାଝୀ,କୁଶ ମାଝୀ, ସାରବୁ ଝଡ଼ିଆ,ପ୍ରସନ୍ନ ପାତ୍ର, ତାରିଣୀସାହୁ,ନର ଷଡଙ୍ଗୀ,ବିଜୟ ଚୌଧୁରୀ, ଦମ୍ବୁରୁ ଧର ସାହୁ ଓ ବିଦ୍ୟାଧର ନାୟକ ଅଭିଯୋଗ କରିଛନ୍ତି। ଶ୍ରୀ ଚୌଧୁରୀ କହିଛନ୍ତି କି ସରକାରୀ ଦରଠାରୁ 5/ 8 ଟଙ୍କା ଅଧିକ ଦରରେ ବିକ୍ରି ହେଉଛି ଯଦି କେହି ଅପତି ଅଭଯୋଗ କରେ ତାହେଲେ ତାଙ୍କୁ ସାର ଦେବାରେ ମନା କରି ଦିଆଯାଉଛି । ତେଣୁ ଅଂଚଳର କୃଷି ବିଭାଗ ଓ ପ୍ରଶାସନକୁ ଅଂଚର ଚାଷୀ ଦାବୀ କରିଛନ୍ତିକି ଶୀଘ୍ର ସାରା ଯୋଗାଇ ଦିଆଯାଉ ନଚେତ ଲ୍ୟାମ୍ପ ଘେରାଉ କରିବା ସହ ବଡ଼2ଚାଷୀ ଆନ୍ଦୋଳନ ହେବ ଏଥିପାଇଁ ସମୃକ୍ତ ବିଭାଗ ଦାଇ ରହିବ ବୋଲି ଚେତାବନୀ ଦେଇଛନ୍ତି।
ଲ୍ୟାମ୍ପ ସାର ଯୋଗାଇବାରେ ବିଫଳ ମଲା ମାଲ ହେଉଛନ୍ତି ମୁନାଫା ଖୋର ବ୍ୟବସାୟୀ-ଚଢା ଦରରେ ବିକ୍ରି କିଣିବାକୁ ବାଧ୍ୟ ହେଉଛନ୍ତି ଚାଷୀ
Share with
previous post