Home Breaking News / ତାଜା ଖବର ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ ବିଫଳ

ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ ବିଫଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ ): କୋରନା କଟକଣା ମଧ୍ୟରେ ଫୁଲବାଣୀ ସହରରେ ଦେଖାଯାଉଛି ଗୋଟିଏ ପରେ ଗୋଟିଏ ଡକାୟତି ଉଦ୍ୟମ । ଏଥର କିନ୍ତୁ ଦୁର୍ବୁତଙ୍କ ଟାର୍ଗେଟ ରେ ରହିଥିଲା ସହରର ଏସବିଆଇ ଏଟିଏମ । ଗତକାଲି ବିଳମ୍ବିତ ରାତିରେ କଲେଜ ଯିବା ରାସ୍ତାରେ ଥିବା ଏସବିଆଇ ଏଟିଏମ୍ କୁ ଲୁଟ କରିବା ପାଇଁ ଉଦ୍ୟମ କରିଥିଲେ ଦୁର୍ବୁତ୍ତ । ବେଶ କିଛି ସମୟ ଏ ଟିଏମ ଭାଙ୍ଗି ଲୁଟ କରିବା ପାଇ ଚେଷ୍ଟା କରି ଥିଲେ ହେଲେ ସଫଳ ହୋଇନଥିଲେ । ବିଶେଷ ସୂତ୍ର ରୁ ଖବର ପାଇ ଫୁଲବାଣୀ ଟାଉନ ପୋଲିସ ଘଟଣା ସ୍ଥଳକୁ ଯାଇ ତନଖି ଆରମ୍ଭ କରି ଥିଲେ । କିନ୍ତୁ ଦୁର୍ବୁତ୍ତ ମାନେ ଏଟିଏମ୍ ରୁ ଟଙ୍କା ନେଇ ନ ପାରି କେଉଁଆଡ଼େ ଉଭାନ ହୋଇଯାଥିଲେ । ଫୁଲବାଣୀ ପୋଲିସ ଏକ ମlମଲା ରୁଜୁ କରି ଆରମ୍ଭ କରିଥିଲେ ତଦନ୍ତ । ସିସି ଟିଭି ର ଫୁଟେଜ କୁ ଅନୁଧ୍ୟାନ କରି ଦୁର୍ବୁତ୍ତ ମାନଙ୍କୁ ଧରିବା ପାଇଁ ଜୋର ଦାର ପ୍ରୟାସ ଜାରି ରଖିଛନ୍ତି ।
ପୋଲିସ ଘଟଣା କୁ ଅନୁଧ୍ୟାନ କରି କିଛି ସନ୍ଦିଗ୍ଧ ଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁ ଥିବା କଥାସଦର ଏସ୍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି ଲ

related posts

Leave a Comment