Home Breaking News / ତାଜା ଖବର ପାଟଣାଗଡ଼ରେ ଅନୁଷ୍ଠିତ ହୋଇଛି ବିଜେପିର ଜନ ଆଶୀର୍ବାଦ ଯାତ୍ରା

ପାଟଣାଗଡ଼ରେ ଅନୁଷ୍ଠିତ ହୋଇଛି ବିଜେପିର ଜନ ଆଶୀର୍ବାଦ ଯାତ୍ରା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ସଦାଶିବ ସରାଫ): ପାଟଣାଗଡ଼ରେ ଅନୁଷ୍ଠିତ ହୋଇଛି ବିଜେପିର ଜନ ଆଶୀର୍ବାଦ ଯାତ୍ରା । ଶେଷ ଦିନରେ ଏହି ଆଶୀର୍ବାଦ ଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ ପହଞ୍ଚିବା ପରେ ଗଙ୍ଗାସାଗର ଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରୁ ଏକ ବାଇକ ରାଲିରେ ମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ ବିଜେପି କର୍ମୀ । ଗଙ୍ଗାଧର ଜୟନ୍ତୀ ଅବସରରେ ପ୍ରଥମେ ଗଙ୍ଗାଧର ପାର୍କ ଠାରେ ଥିବା ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ମନ୍ତ୍ରୀ । ରେଳମନ୍ତ୍ରୀଙ୍କ ସହିତ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଏବଂ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ମାଲ୍ୟାର୍ପଣ କରିଥିଲେ । ପରେ ମା’ ଦଶମତୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହାପରେ ପାଟଣାଗଡର ବିଭିନ୍ନ ସଂଗଠନ ବଲାଙ୍ଗିର ନୂଆପଡ଼ା ରେଳପଥ ଭାୟା ପାଟଣାଗଡ ଦେଇ କରିବାକୁ ଦାବି ପତ୍ର ପ୍ରଦାନ କରିଥିଲେ । ତେବେ ଏନେଇ ଖୁବଶୀଘ୍ର ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ।

related posts

Leave a Comment