Home Breaking News / ତାଜା ଖବର ଆନ୍ଧ୍ରରେ ପ୍ରାଚୀନ କାଳରୁ ଅବସ୍ଥାପିତ ଶ୍ରୀ ସୀମାଞ୍ଚଳ ମନ୍ଦିରର ଧ୍ୱଜ ସ୍ତମ୍ଭର ପୁନଃ ସ୍ଥାପନ ଓ ଗୋବଂଶଙ୍କୁ କରାଯାଉଥିବା ବନ୍ଦ ହେଉ:-ଓଡିଶା ସନ୍ଥ ସମାଜ

ଆନ୍ଧ୍ରରେ ପ୍ରାଚୀନ କାଳରୁ ଅବସ୍ଥାପିତ ଶ୍ରୀ ସୀମାଞ୍ଚଳ ମନ୍ଦିରର ଧ୍ୱଜ ସ୍ତମ୍ଭର ପୁନଃ ସ୍ଥାପନ ଓ ଗୋବଂଶଙ୍କୁ କରାଯାଉଥିବା ବନ୍ଦ ହେଉ:-ଓଡିଶା ସନ୍ଥ ସମାଜ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ସାଧୁ ସନ୍ଥ ସମାଜ1ତରଫରୁ ଡକାଯାଇଥିବା ସାମ୍ବାଦିକ ସମ୍ମିଳନୀ ରେ ସାଧୁ ସମାଜ ଓ ଧାର୍ମିକ ଅନୁଷ୍ଠାନ ପକ୍ଷରୁ ଆନ୍ଧ୍ରରେ ଉଭୟ ରାଜ୍ୟର ଆରାଧ୍ୟ ଶ୍ରୀ ଶ୍ରୀ ଶ୍ରୀ ସୀମାଞ୍ଚଳ ମନ୍ଦିରର ଦୁରବସ୍ଥା ଦେଖି ସନ୍ଥ ସମାଜ ମର୍ମାହତ ବୋଲି ଯୋଗୀଶ୍ରୀ ଚୈତନ୍ୟ ରାମ ଭାବୁକ ହେଇ ଯାଇ କଗିଥିଲେକି ଗୋ ବଂଶ ଉପରେ ହେଉଥିବା ଅତ୍ୟାଚାର ଓ ଅବହେଳାକୁ କଦାପି ବରଦାସ୍ତ ଜରାଯାଇପାରିବ ନାହିଁ । ଏଗାର ସହ ବର୍ଷ ତଳେ ମହା ପ୍ରତାପୀ ଚୋଳ ବଂଶ ର ଚୋଳ କୁଟୀଙ୍ଗା ମହାରାଜଙ୍କ ଦ୍ୱାରା ଅବସ୍ଥାପିତ ଏହି ମନ୍ଦିରର ଭାବାବେଗ ସହ ଓଡ଼ିଶାର ସଂସ୍କୃତି ଓତପ୍ରତ ଭାବେ ଜଡ଼ିତ ଅଛି। ତତ୍ୱ ପଶ୍ଚାତ ଗଙ୍ଗ ବଂଶର ମହାରାଜ ନରସିଂହ ଦେବଙ୍କ ଦ୍ୱାରା ପରିଚାଳିତ ହୋଇଆସୁଥିବା ଦେବସ୍ଥାନ ଏବେ ଧ୍ବଂସଭିମୁଖୀ ଆଡକୁ ଗତି କରୁଛି। ରକ୍ଷଣାବେକ୍ଷଣ ଅଭାବରେ ଧ୍ୱଜ ସ୍ତମ୍ବ ସମ୍ପୂର୍ଣ ଭାବେ ନଷ୍ଟ ହେଇ ଯିବାପରେ ବି ମନ୍ଦିର ପରିଚାଳନା କମିଟି କିମ୍ବା ପ୍ରଶାସନ ପହଂଚି ନାହିଁ ଏହା ନଷ୍ଟ ହୋଇ ଅନେକ ଦିନ ବିତି ଯାଇଥିଲେବି ଏହାର ପୁନଃ ସ୍ଥାପନ କରାଯାଇ ନ ଥିବାରୁ ସନ୍ଥ ସମାଜ ଆସନ୍ତି ବ୍ୟକ୍ତ କରିଛି। ଆନ୍ଧ୍ର ପ୍ରଦେଶର ସନ୍ଥ ଶ୍ରୀନିବାସ ନନ୍ଦ ମହାରାଜ ବହୁବାର ଏହି ବିଷୟରେ ପରିଚାଳନା ସମିତିକୁ କହିଥିଲେ କିନ୍ତୁ କେହି କର୍ଣ୍ଣପାତ କଲେ ନାହିଁ ତେଣୁ ତାହା ଧରାଶାୟୀ ହେଇଗଲା ଏବଂ ଗୋ ଶାଳା ରେ ମଦୁଆମାନେ ମଦ ପିଇ ବୋତଲ ଗୁଡାକ ଫୋଫାଡ଼ି ଦେଉଛନ୍ତିଗୋ ମାନଙ୍କ ସେବା ଶୁଶ୍ରୁଷା ରେ ଅବହେଳା କରୁଥିବା ଯୋଗୁଁ ପ୍ରତ୍ୟେକ ଦିନ ଗାଈ ବାଛୁରୀ ଏକରୁ ଅଧିକ ମୃତ୍ୟୁ ବରଣ କରୁଛନ୍ତି। ଯଦି ଅବହେଳା ମୁକ୍ତ କରି ଗୋମାନଙ୍କୁ ସୁରକ୍ଷା, ଓ ଧ୍ୱଜ ସ୍ତମ୍ବ ର ପୁନଃ ନିର୍ମାଣ କରାନ ଗଲେ ଆତ୍ମାହୁତି ଦେବାକୁ ପଚାଇବି ନାହିଁ ବୋଲି ସନ୍ୟାସୀ ଜନକାନନ୍ଦ ଗିରୀ କଗିଛନ୍ତି । ଏହି ସମିଳନୀରେ ଅମସ୍ତ ଗଣ ମାଧ୍ୟମର ବରିଷ୍ଠ ସାମ୍ବାଦିକ ପଶ୍ଚିମ ପ୍ରାନ୍ତ ଉପ ସଭାପତି ବିଶ୍ୱ ହିନ୍ଦୁ ପରିଷଦ ପ୍ରଫୁଲ ପାତ୍ର, ବିଶ୍ୱ ହିନ୍ଦୁ ପରିଷଦ ରାୟଗଡ ଜିଲ୍ଲା ସଭାପତି ରାଜେନ୍ଦ୍ର ସାହୁ, ନଗର ସଭାପତି ପ୍ରଳୟ ସାହୁ, ବଜରଙ୍ଗ ଦଳର ଏଙ୍କାନା ଭାଇ ଓ ଅନ୍ୟ ମାନେ ଯୋଗ ଦେଇଥିଲେ।

related posts

Leave a Comment