ଫୁଲବାଣୀ(ସୁନୀଲପଟନାୟକ): ୟେ ହେଉଛନ୍ତି ମିତା ପ୍ରଧାନ, ଘର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକର ସୁନ୍ଦର ଦଣ୍ଡ ଗ୍ରାମ । ସ୍ୱାମୀକୁ ହରାଇବା ପରେ ଦୁଃଖରେ ଭାଙ୍ଗିପଡିଥିଲେ ମିତା । ଦୁଇ ଛୁଆଙ୍କୁ ନେଇ କିପରି ଚଳିବେ ସେ ଚିନ୍ତା ଘାରିଥିଲା ତାଙ୍କୁ ।
ତେବେ ଆକସନ ଏଡ ଓ ଅନ୍ତରଙ୍ଗର ସହଯୋଗ ଓ ପ୍ରୋତ୍ସାହନରେ ନିଜ ମନୋବଳକୁଦୃଢ କରି ନିଜେ ସ୍ୱା,ବଲମ୍ବୀ ହେବା ସହ ଆର୍ଥୀକ ସ୍ଥିତିକୁ ମଧ୍ୟ ସୁଧାରିବାରେ ବେଶ ସକ୍ଷମ ହୋଇଛନ୍ତି ।
ଜାଗୃତି ଅନୁଷ୍ଠାନ ପକ୍ଷରୁ ମିତାଙ୍କୁ ଆର୍ଥୀକ ସହାୟତା ଯୋଗାଇ ଦିଆଯାଇଥିଲା । ସେହିପରି ମିତାଙ୍କୁ ସହଯୋଗର ହାତ ବଢାଇଥିଲେ ଦାରିଙ୍ଗବାଡି ଅନ୍ତରଙ୍ଗ ଯୁବଗୋଷ୍ଠୀ।
ଏହି ସିମିତ ଅର୍ଥରେ ମିତା ପ୍ରଥମେ କୋବି ଚାଷ କରିଥିଲେ । ତାକୁ ବଜାରରେ ବିକ୍ରିକରି ଦି ପଇସା ଲାଭବାନ ହୋଇଥିଲେ।
ପରେ ସେ ବିଭିନ୍ନ ପନିପରିବା ଚାଷ କରିଥିଲେ।ସେ ଜୈବିକ ପ୍ରଣ।ଳୀରେ ଚାଷ କରିବାପାଇଁ ତାଲିମ ନେଇଥିଲେ। ତାଲିମପରେ ସେ ଜୈବିକ ପଦ୍ଧତ୍ତିରେ ଚାଷ କରୁଥିବାରୁ ତାଙ୍କ ଉତ୍ପାଦିତ ପନି ପରିବାର ଚାହିଦା ଖୁବ ବେଶି । ଏବେ ମିତା ସ୍ଵାବଲମ୍ବୀ ହୋଇ ବେଶ ଖୁସିରେ ଚଳୁଛନ୍ତି । ପିଲାମାନଙ୍କୁ ସ୍କୁଲରେ ପାଠ୍ ମଧ୍ୟ ପଢ଼ାଉଛନ୍ତି । ଏଥିପାଇଁ ଜାଗୃତି ଓ ଅନ୍ତରଙ୍ଗ ସଂଗଠନକୁ ଧନ୍ୟବାଦ ଜଣାଇଛନ୍ତି ।
କନ୍ଧମାଳ ଜିଲ୍ଲାର ଦ।ରିଙ୍ଗବାଡି ଅଞ୍ଚଳର ବିଭିନ୍ନ ଅସହାୟ ତଥା ଗରୀବ ଲୋକଙ୍କୁ ଏ ଦୁଇ ଅନୁଷ୍ଠାନ ଜା ଗୃତି ଓ ଅନ୍ତରଙ୍ଗ ଯୁବ ସଂଗଠନ ସହାୟତାର ହାତ ବଢାଇବା ଫଳରେ ବହୁଲୋକ ପରୀବା ଚାଷ ପ୍ରତି ମଧ୍ୟ ଆଗ୍ରହ ପ୍ରକାଶ କରିଥିବା ଦେଖାଯାଉଛି।
ଦାରିଙ୍ଗବାଡିର ସଫଳ ମହିଳା ଚାଷୀ ମିତା ପ୍ରଧାନ
Share with
previous post