Home Breaking News / ତାଜା ଖବର ମହୁଳପଡ଼ାରେ ବଡ଼ ଧରଣର ଲୁଟ

ମହୁଳପଡ଼ାରେ ବଡ଼ ଧରଣର ଲୁଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ(ଜଗତରାମ ଦଣ୍ଡସେନା): ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅଧୀନରେ ଥିବା ମହୁଳପଡା ଗାଁର ଅଚ୍ୟୁତାନନ୍ଦ ପଣ୍ଡାଙ୍କ ଘରେ ଏକ ବଡ଼ ଧରଣର ଲୁଟ ହୋଇଛି। ଏହି ଲୁଟରେ ଲକ୍ଷାଧିକ ଟଙ୍କା ର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୁତ୍ତ ।ଗତକାଲି ମଧ୍ୟ ରାତ୍ରୀରେ କେତେକ ଦୁର୍ବୁତ୍ତ ବାଡ଼ କୁ ଡେଇଁ ଘର ର ଦୁଇଟି ତାଲା କୁ କାଟି ଶ୍ରୀ ପଣ୍ଡା ଓ ତାଙ୍କ ସ୍ତ୍ରୀ ସୋଇଥିବା ସମୟରେ ସେମାନଙ୍କ ଉପରକୁ ନିସସକ୍ତ କରିବା ପାଇଁ କୌଣସି ଔଷଧ ସ୍ପ୍ରେ କରିଥିବା କହିଛନ୍ତି ।ପରେ ସେମାନେ ଅଚେତ ହୋଇ ସୋଇପଡିଥିବା ସମୟରେ ଦୁର୍ବୁତ୍ତ ମାନେ ଘରରେ ଥିବା ବାସ୍କକୁ ଭାଙ୍ଗି ନିଜ ସ୍ତ୍ରୀ ର ଛଅ ଭରି ସୁନା ,ସାତ ଭରି ରୁପା ଏବଂ କେତେକ ମୂଲ୍ୟବାନ ଶାଢ଼ୀ ଚୋରି ହୋଇଥିବା ନେଇ ଶ୍ରୀ ପଣ୍ଡା ବୋଡେ଼ନ ଥାନା ରେ ଅଭିଯୋଗ କରିଛନ୍ତି । ପଣ୍ଡାଙ୍କ ଅଭିଯୋଗ କୁ ଭିତ୍ତିକରି ବୋଡେ଼ନ କେସ ନମ୍ବର 136/21
ରୁଜୁକରି ବୋଡେ଼ନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି ।ଅଧିକ ତଦନ୍ତ ପାଇଁ ଡକ ସ୍କ୍ୱାର୍ଡ ଓ ସାଇଣ୍ଟିଫିକ ଟିମ ମଧ୍ୟ ଆସି ଘଟଣାର ତଦନ୍ତ କରୁଛି ।

related posts

Leave a Comment