Home Breaking News / ତାଜା ଖବର କୁଖ୍ୟାତ ଆତଙ୍କି ଖଲିଲ ହକାନି ହାତରେ କାବୁଲର ସୁରକ୍ଷା

କୁଖ୍ୟାତ ଆତଙ୍କି ଖଲିଲ ହକାନି ହାତରେ କାବୁଲର ସୁରକ୍ଷା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଫଗାନିସ୍ତାନ ତାଲିବାନ ହାତକୁ ଯିବା ପରେ ସମୟ ବଢିବା ସହିତ ତାଲିବାନୀଙ୍କ ଆତଙ୍କି ଚେହେରା ସାମ୍ନାକୁ ଆସୁଛି । ଏବେ କାବୁଲର ସୁରକ୍ଷା ଦାୟିତ୍ୱ ତାଲିବାନୀ ଯାହା ହାତରେ ଦେଇଛନ୍ତି ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଯେଉଁ ଆତଙ୍କୀ ମୁଣ୍ଡ ପାଇଁ ୪୦ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି ସେହି ଆତଙ୍କି ହାତରେ ତାଲିବାନୀ ଦେଇଛନ୍ତି କାବୁଲ ସହରର ସୁରକ୍ଷାଭାର । ସେ ହେଉଛି ଖଲିଲ ହକାନୀ । ଆତଙ୍କି ସଂଗଠନ ହକାନୀ ନେଟୱର୍କର ମୁଖିଆ ହେଉଛନ୍ତି ଖଲିଲ ହକାନୀ । ଆମେରିକା ଯାହାର ମୁଣ୍ଡ ପାଇଁ ପୁରସ୍କାର ରାଶି ଘୋଷଣା କରିଛି । ହେଲେ ବର୍ତମାନ କାବୁଲ ସହରର ସୁରକ୍ଷାଭାର ତା ହାତରେ ଦିଆଯିବା ପରେ କାବୁଲ ସହରରେ ବୁଲି ଲୋକଙ୍କ ସହିତ ଜନସଂପର୍କ କରୁଛି ଖଲିଲ ହକାନୀ ।
ଆଫଗାନିସ୍ତାନ ରାଜଧାନୀ କାବୁଲର ସୁରକ୍ଷା ଭାର ଖଲିଲ ହକାନୀ ହାତରେ ଦିଆଯିବା ଭାରତ ପାଇଁ ସତର୍କ ଘଂଟି ହୋଇପାରେ । ପାକିସ୍ତାନ ପୁରା ଘଟଣାରେ ପଛରେ ରହି ସମସ୍ତ ଆୟୋଜନ କରୁଥିବା ସୂତ୍ରରୁ ଜଣାପଡିଛି । ତେଣୁ ଭାରତରେ ଆଗକୁ କୌଣସି ବଡ ଧରଣର ଆତଙ୍କି ଷଡଯନ୍ତ୍ରକୁ ଏଡାଇ ଦିଆଯାଇ ନପାରେ ।

related posts

Leave a Comment