Home Breaking News ଜନ ଆଶୀର୍ବାଦ ଯାତ୍ରାରେ ରେଳ ମନ୍ତ୍ରୀ

ଜନ ଆଶୀର୍ବାଦ ଯାତ୍ରାରେ ରେଳ ମନ୍ତ୍ରୀ

by Times One Odia
Share with
     
 
 
   

ବୋରିଗୁମ୍ମା(ବିଶ୍ୱଜୀତ ପାଣିଗ୍ରାହୀ): କେନ୍ଦ୍ରୀୟ ରେଳ ମନ୍ତ୍ରୀ ଜୟପୁର ଏବଂ ବୋରିଗୁମ୍ମା ଗସ୍ତ କରିଛନ୍ତି।ବୋରିଗୁମ୍ମା ଡିଗ୍ରୀ କଲେଜ ରେ ଛାତ୍ର ଛାତ୍ରୀ ଏବଂ କମିଟି ସଦସ୍ୟ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୌଷ୍ଣବ ଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ପରେ ବୋରିଗୁମ୍ମା ମଣ୍ଡଳ ବିଜେପି ପକ୍ଷରୁ ଏକ ବିଶାଳ ମୋଟର ସାଇକେଲ ରାଲିରେ ରୋଡ଼ ଶୋ ରେ ବୋରିଗୁମ୍ମା ମୁଖ୍ୟ ରାସ୍ତାରେ ମନ୍ତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଶହ ଶହ ବିଜେପି କର୍ମୀ ସାମିଲ ହୋଇଥିଲେ।ଏହି ଜନ ଆଶୀର୍ବାଦ ଯାତ୍ରା 212 ସଂସଦୀୟ କ୍ଷେତ୍ରରେ ଦେଶର 114 ଦିନର ଯାତ୍ରା ଚାଲିବ।ବିଜେପି କେନ୍ଦ୍ର ମନ୍ତ୍ରୀ ଙ୍କ ଏହି ଜନ ଆଶୀର୍ବାଦ ଯାତ୍ରାରେ ଦେଶର କୋଣ ଅନୁକୋଣରେ କେନ୍ଦ୍ରୀୟ ଯୋଜନାକୁ ତଦାରଖ କରିବେ।କୋରାପୁଟ ରୁ ଶବର ଶ୍ରୀ କ୍ଷେତ୍ର ଦର୍ଶନ କରି ଜୟପୁର ଏବଂ ବୋରିଗୁମ୍ମା ଗସ୍ତ କରିଛନ୍ତି।ଲୋକଙ୍କ ଆଶୀର୍ବାଦ ନେବା ପାଇଁ ଏହି ଯାତ୍ରା ଆରମ୍ଭ କରିଥିବା କହିଛନ୍ତି।

related posts

Leave a Comment