Share with
ଫୁଲବାଣୀ-(ସୁନୀଲପଟନାୟକ): କନ୍ଧମାଳ ଜିଲ୍ଲା ଚକାପାଦ ପଞ୍ଚାୟତର ପାଣ୍ଡ ରିସୀମା ଗ୍ରାମରେ ଶନିବାର ସକାଳେନଦୀରେ ବୁଡି ଜଣେ ଯୁବକର ମୃତ୍ୟୁ ଘଟିଛି ।
ମୃତ ଯୁବକ ଜଣଙ୍କ ପ୍ରଫୁଲ୍ଲ ଦୀପର ୧୯ ବର୍ଷର ପୁଅ ଜଗନ୍ନାଥ ଦୀପ।
ସେ ନଦୀ କୁ ଗାଧୋଇ ବାକୁ ଯାଇଥିବାବେଳେ ଅସାବଧାନତା ବଶତ ଗୋଡ଼ଖସିଯିବା ଫଳରେ ପାଣିରେ ବୁଡିଯାଇଥିଲା। ତେବେ ଗ୍ରାମବାସୀ ଜଗନାଥର ମୃତଦେହ ଉଦ୍ଧାର କରିଥିଲେ। ଖବର ପାଇ ଚକାପାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଛି।
ଜଗନାଥର ଅକାଳ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।