Home Breaking News / ତାଜା ଖବର କୋଭିଡ ନିୟମକୁ ଫୂ: ଫୁଲବାଣୀରେ ରାକ୍ଷୀ ପାଇଁ ଖଚାଖଚ ଭିଡ

କୋଭିଡ ନିୟମକୁ ଫୂ: ଫୁଲବାଣୀରେ ରାକ୍ଷୀ ପାଇଁ ଖଚାଖଚ ଭିଡ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ ): ରାତି ପାଇଲେ ରାଖୀ ପୂର୍ଣ୍ଣମା l ଭାଇ ହାତରେ ରାଖୀ ବାନ୍ଧିବ ଭଉଣୀl ଵର୍ଷକୁ ଥରେ ଏହି ଦିନକୁ ଚାହିଁ ବସିଥାଏ ଭଉଣୀ l ହେଲେ କୋଭିଡ ନିୟମ କୁ ଫୂ କରିଫୁଲବାଣୀ ସମେତ ଜ଼ିଲ୍ଲାର ବିଭିନ୍ନ ସ୍ଥାନ ରେ ରାଖୀ ଓ ମିଠା ଦୋକାନ ରେ ପ୍ରବଳ ଭିଡ ଦେଖିବାକୁ ମିଳିଛି l କାହା ମୁହଁରେ ମାସ୍କ ନାହିଁ l ନା ବ୍ୟବସାୟୀ ନା ଗ୍ରାହକ କାହା ମୁହଁ ରେ ମାସ୍କ ନାହିଁ, ସାମାଜିକ ଦୂରତା
ଭୁ ଲିଯାଇଛନ୍ତି ସତେ ଯେପରି ସମସ୍ତେ l ପାଗ ଭଲ ଥିବାରୁ ସବୁଠି ଖଚାଖଚ ଭିଡ l
ଅଭିଯୋଗ ହେବାପରେ ପୋଲିସ ଓ ପ୍ରଶାସନ ରାତିରେ କେତକ ରାଖୀ ଓ ମିଠା ଦୋକାନ ରେ ଚଢ଼ାଉ କରି ଫାଇନ କାଟୁଥିବା ଦେଖିବାକୁ ମିଳିଥିଲା l
ତଥାପି କେହି ଖାତିର କରୁନଥିଲେ l
ଫୁଲବାଣୀ ସମେତ ଜ଼ିଲ୍ଲା ରେ କୋରାନା ଗ୍ରାଫ କମୁଥିବା ନେଇ ପ୍ରଶାସନ ଓ ଲୋକେ ଆସ୍ୱସ୍ଥି ଅନୁଭବ କରୁଥିବାବେଳେ ରାଖୀ ବଜ଼ାର ପାଇଁ କୋରାନା ସଂକ୍ରମଣ
ପୁଣି ବଢିବା ଆଶଙ୍କା କରାଯାଉଛି lପୋଲିସ ଓ ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇପଡିଛି

related posts

Leave a Comment