Share with
ଫୁଲବାଣୀ(ସୁନୀଲପଟନାୟକ): ଶୁକ୍ରବାର କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦ । ଡି ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିପଡ଼ାସ୍କାର୍ଟ ହାଇସ୍କୁଲ ପରିଦର୍ଶନରେ ଯାଇ ସ୍କୁଲରେ ଚାଲିଥିବା ସ୍ମାର୍ଟ କ୍ଲାସ ରୁ ମ. ଲାଇବ୍ରେରି ରୁମ,କଂପ୍ୟୁଟର ରୁ ମ. ସାଇନସ ରୁମ ଆଦି ଭିତ୍ତିଭୂମି ସବୁ ବୁଲି ଦେଖିବା ସହ ତୁରନ୍ତ ସାରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ନିର୍ମାଣ କାର୍ଯ୍ୟ ଯେପରି ଉନ୍ନତମାନର ହେବ ସେଥିପ୍ରତି ଦୃଷ୍ଟିଦେବାକୁ ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଖଜୁରୀପଡ଼ା ବ୍ଳକ ସହକାରୀ ଯନ୍ତ୍ରୀ , କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ସହରରେ ଦୁଇଟି ସ୍ମାର୍ଟ ହାଇସ୍କୁଲକୁ ମିଶାଇ ୧୦ ଗୋଟି ସ୍ମାର୍ଟ ହାଇ ସ୍କୁଲ ପ୍ରତିଷ୍ଠା ହେଉଛି । ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷାଦେବା ଲାଗି ଏହି ସ୍ମାର୍ଟ ହାଇସ୍କୁଲ କରାଯାଉଛି ।