Home Breaking News / ତାଜା ଖବର ଟିକାବାଲିରେ ପାଣିପାଇଁ ରାସ୍ତା ଅବରୋଧ

ଟିକାବାଲିରେ ପାଣିପାଇଁ ରାସ୍ତା ଅବରୋଧ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ( ସୁନୀଲ ପଟନାୟକ): ବର୍ଷାଦିନରେ ବି ଜଳକଷ୍ଟ। ଲୋକେ ପାଣି ନ ପାଇ ଦୀର୍ଘଦିନ ଧରି ଅସୁବିଧାର ସମ୍ମୁଖୀନ ହେବାପରେ ଶୁକ୍ରବାର ଗରା,ବାଲଟି ରଖି ରାସ୍ତା ଅବରୋଧ କରିଥିଲେ। ଏ ଭଳି ଦୃଶ୍ୟ ଆଜି ଅପରାହ୍ନରେ ଦେଖିବାକୁ ମିଳିଛିକନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ କେଉଟ ସାହୀ ଅଞ୍ଚଳରେ। ତେବେ ଏ ନେଇ ଗ୍ରାମ୍ୟ ଜଳଯୋଗାଣ ଅଧୀକ୍ଷଣ ଯନ୍ତ୍ରୀ ଇଁସନ୍ତୋଷ କୁମାର କର ଖବର ପାଇବାପରେଟିକା ବାଲି ବ୍ଲକ ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀ ଇଂନା ଏକ ଙ୍କୁ ଘଟଣାସ୍ଥଳକୁ ଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାଲାଗି ନିର୍ଦ୍ଦେଶ ଦେଇଥିଲେ।ଯନ୍ତ୍ରୀ ନା ଏକ ତତକ୍ଷଣାତ ଘଟଣା ସ୍ଥଳରେ ପହଞ୍ଚି ଅସୁବିଧା ସଂପର୍କରେ ଲୋକଙ୍କୁ ପଚାରି ବୁଝିବା ସହ ତୁରନ୍ତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାଲାଗି ପଦକ୍ଷେପ ନେଇଥିବା ଜଣାପଡିଛି । ଲୋକେ ଯେପରି ହାତ ପାଆନ୍ତାରେ ସ୍ୱଛ ପାନୀୟ ଜଳ ପାଇବେ ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ବିଭାଗୀୟକତୃପକ୍ଷ କହିଛନ୍ତି।

related posts

Leave a Comment