ରାୟଗଡ(ଧନେଶ୍ବର ରାଉତ): ଦକ୍ଷିଣ ଓଡିଶା ବିଭାଗୀୟ ଗସ୍ତରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସି ଜନ ଆଶ୍ରିବାଦ ରାଲି ରେ ଯୋଗଦେଇଛନ୍ତି। ଦକ୍ଷିଣ ଓଡ଼ିଶାର ରେଳ ବିଭାଗ ର ସର୍ବାଙ୍ଗୀନ ଉନତି ପାଇଁ ଏହି ଗସ୍ତକୁ ଗୁରୁତ୍ୱ ଦେଇଛି ଭାଜପା । ଆଜି ସକାଳୁ ଭୋରରୁ ହୀରଖଣ୍ଡ ଏକ୍ସପ୍ରେସ ଯୋଗେ ୪ଟା ବେଳେ ପହଂଚି ଥିଲେ,ରାୟଗଡ ଜିଲ୍ଲା ଭାଜପା ତରଫରୁ ବିପୁଳ ପରିମାଣରେ ସ୍ୱାଗତ କରି ପାଛୋଟି ନେଇଥିଲେ। ନିତ୍ୟକର୍ମ ସାରି ଦଳୀୟ କର୍ମୀଙ୍କୁ ଭେଟି ପ୍ରଥମେ ରାୟଗଡର ଆରାଧ୍ୟ ଦେବୀ ମା ମଝି ଘରିଆଣି ଙ୍କ ଦର୍ଶନ ସାରି ହୋଟେଲ ତେଜସ୍ୱିରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଜନ ଆଶୀର୍ବାଦ ରାଲିରେ ବିପୁଳ ଜନ ସମାଗମ ହେଇଥିଲା । ଏହି ସମିଳନୀରେ ଜିଲ୍ଲାର ସମସ୍ତ ବର୍ଗ ଓ ଅନ୍ୟ ଦଳର କର୍ମୀ ମାନେ ଯୋଗ ଦେଇ ନିଜ ନିଜ ଅପତି ଅଭିଯୋଗ ଦେଇଥିଲେ। ମାନ୍ୟବର ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେକି ମୋଦିଙ୍କ ଶାସନ କାଳରେ ଓଡିଶା କୁ ଗୁରୁତ୍ୱ ଅଧିକ ଦେଇଛନ୍ତି। ଯାହାକି ରାଜ୍ୟର ବିକାଶ ପାଇଁ ଓଡ଼ିଶାର ମନ୍ତ୍ରୀଙ୍କୁ ୭ଟି ବିଭାଗ ଦିଆଯାଇଛି। ସେଗୁଡିକ ହେଲା ଆଇ ଟି ବିଭାଗ, ବି ଏସ ଏନ ଏଲ, ଜଳ ବିଭାଗ,ଡାକ ବିଭାଗ,ଶିକ୍ଷା, କମ୍ୟୁନିକେସନ ବିଭାଗ ଭଳିଗୁରୁତ୍ୱ ପୂର୍ଣ ବିଭାଗ ଗୁଡିକକୁ ଦିଆଯାଇଛି। ଏହି ଅଂଚଳର ସମସ୍ୟା ର ସମାଧାନ କରିବାକୁ ଚେଷ୍ଟା କରାଯିବ ବୋଲି ମନ୍ତ୍ରୀ କଗିଥିଲେ। ଗୁଣୁପୁର ଥେରୁବାଲି ରେଳପଥ ବିଷୟରେ ଉତର ରଖିଥିଲେ ଏହି ଯୋଜନା ଆଗରୁ ମାନ୍ୟତା ପାଇ ସରିଛି ରାଜ୍ୟ ସରକାର ଯଦି ଜମି ଅଧିଗ୍ରହଣ କରିବେ ଏବଂ ସାଧାରଣ ଜନତା ସହଯୋଗ କରିବେ ତାହେଲେ ନିଶ୍ଚୟ ହେବ ତେଣୁ ଆପଣଙ୍କ ଆଶ୍ରିବାଦ ନେବା ପାଇଁ ଆସିଅଛି ବୋଲି ମନ୍ତବ୍ୟ ଦେଇଥିଲେ। ଏହି ଜନ ଅସର୍ବାଦ ରାଲିରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ସମ୍ପାଦକ ରବି ନାୟକ,ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଜିଲ୍ଲା ପ୍ରଭାରୀ ଗୋବନ୍ଦ ଜୈନ, ରାୟଗଡ ଜିଲ୍ଲା ସଭାପତି ଶିବ ପଟନାୟକ, ନଗର ସଭାପତି ଶ୍ୟାମ ଦାସ, ସମ୍ପାଦକ କିଶୋର ପଣ୍ଡା, କେନ୍ଦ୍ର ଆଦିବାସୀ ମୋର୍ଚ୍ଚା ସମ୍ପାଦକ କାଳୀରମ ମାଝୀ, ରାଜ୍ୟ ଯୁବ ମୋର୍ଚା ଉପସଭାପତି ନୀଳାଦ୍ରି ବିହାରୀ ପାତ୍ର, ରାଜ୍ୟ ଆଦିବାସୀ ମୋର୍ଚା ସମ୍ପାଦକ ବିଦ୍ୟାଧର ଶବର,୨୩ ଟି ମଣ୍ଡଳର ମଣ୍ଡଲ ସଭାପତି ଓ ଶତାଧିକ କର୍ମୀ ଏବଂ ସାଧାରଣ ଜନତା ଯୋଗ ଦେଇଥିଲେ।
ଜନ ଆଶୀର୍ବାଦ ଯାତ୍ରାରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
Share with
previous post