ଫୁଲବାଣୀ(ସୁନୀଲପଟନାୟକ): ବିଷଧର ସାପ କାମୁଡାରେ କନ୍ଧମାଳ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରତର ହୋଇ ଚିକିତ୍ସିତ ହେଉଛି ।
ମୃତକ ନାବାଳିକା ଜଣଙ୍କ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଡ଼ିମିରିଗୁଡ଼ା ପଞ୍ଚାୟତର ଗୁଦା ଦଣୀ ଗ୍ରାମର ଶିବ କହଁରଙ୍କ ଝିଅ ମାମି ତା କହଁର । ମାମି ତା ମା ପାଖରେ ଶୋଇଥିବାବେଳେ ଏକ ବିଷଧର ସାପ କାମୁଡି ଦେଇଥିଲା। ଫଳରେ ପ୍ରଥମେ ତାକୁ ନୁଆପଦର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ। ସେଠାରେ ଡାକ୍ତର ନଥିବା ଫଳରେ ଫିରିଙ୍ଗିଆ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ସେହିପରି ଫିରିଙ୍ଗିଆ ବ୍ଲକ ନେଡ଼ି ପଦର ଆଶ୍ରମ ହାଇସ୍କୁଲରେ ଥିବା ଦଶମ ଶ୍ରେଣୀ ଛାତ୍ରୀକୁ ଏକ ବିଷାକ୍ତ ସାପ କାମୁଡି ଦେବା ଫଳରେ ସ୍କୁଲ କତୃପକ୍ଷ ଚିକିତ୍ସା ପାଇଁପ୍ରଥମେ ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତୀ କରିଥିଲେ ଓ ଅବସ୍ଥା ଗୁରୁତର ହେବାପରେ ତାକୁ ଫୁଲ ବାଣୀସଦରମହକୁମା ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । ତେବେ ତାର ସ୍ଵାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଥିବା କଥା ପ୍ରଧାନ ଶିକ୍ଷକ ରଂଜନ କୁମାର ପାଢୀ କହିଛନ୍ତି। ଉନ୍ନତଚିକିତ୍ସା ପାଇଁ ସ୍କୁଲପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପ୍ରଧାନଶିକ୍ଷକ ପାଢୀ କହିଛନ୍ତି।
ବିଷଧର ସାପ କାମୁଡିଲା ଜଣେ ନାବାଳିକା ମୃତ, ଅନ୍ୟ ଜଣେ ଗୁରୁତର
Share with
previous post