Home Breaking News / ତାଜା ଖବର କାମାକ୍ଷାନଗରରେ ଜିଲାର ନୂତନ ଜିଲ୍ଲାପାଳ,ଅଞ୍ଚଳର ବିକାଶ କରିବା ଉପରେ ଦେଲେ ନଜର

କାମାକ୍ଷାନଗରରେ ଜିଲାର ନୂତନ ଜିଲ୍ଲାପାଳ,ଅଞ୍ଚଳର ବିକାଶ କରିବା ଉପରେ ଦେଲେ ନଜର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର(ଟୁକୁନ୍ ବିଶ୍ବାଳ): ଢେ଼ଙ୍କାନାଳ ଜିଲାରେ ନୂତନ ଭାବରେ ଯୋଗଦେଇଥିବା ଜିଲ୍ଲାପାଳ ସରୋଜ କୁମାର ସେଠୀ ଆଜି କାମାକ୍ଷାନଗରରେ ପହଞ୍ଚି ଥିଲେ ।ପ୍ରଥମେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଉପଖଣ୍ଡ ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ କଲେ ବୈଠକ ।ନୂଆଙ୍କି ଆସିଥିବା ଜିଲ୍ଲାପାଳଙ୍କୁ ଉପଖଣ୍ଡ ଅଧିକାରୀ ମାନେ ବିଭିନ୍ନ ଉନୟନ କାର୍ଯ୍ୟ ବିଷୟରେ ଅବଗତ କରିବା ପରେ ।ଜିଲ୍ଲାପାଳ ବାହାରିଲେ କିଛି ନୂଆଁ ପୁରୁଣା ପ୍ରକଳ୍ପ ଦେଖିବା ପାଇଁ ।ଜଣେ ଅଧିକାରୀ ପ୍ରଥମ ଦିନରେ କାମାକ୍ଷାନଗର ବ୍ଲକ ଅଞ୍ଚଳରେ ମାରାଥନ ଭାବରେ ବୁଲି ଦେଖିଲେ ପ୍ରକଳ୍ପ ।ପ୍ରଥମେ କାମାକ୍ଷାନଗର ବ୍ଲକରେ ନିର୍ମାଣ ହେଉଥିବା ଘରକୁ ଦେଖିଥିଲେ ।ପରେ ପରେ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟରେ ନୂତନ ଶ୍ରେଣୀ ଗୃହ ନିର୍ମାଣ ଦେଖିବା ସାଙ୍ଗକୁ ଆହୁରି ଅଧିକ ଭଲ କଣ କରିହେବ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।ସେଠାରୁ ସିଧା ସଳଖ ବାହାରିଲେ ଆଳୁଅଝରଣ ମହୁଲି ନିକଟରେ ଓଟିପିସିଏଲ ତରଫରୁ ନିର୍ମାଣ ହେଉଥିବା ଟାଉନସିପ ଜାଗାକୁ ସେଠାରେ ଦେଖିବା ପରେ ଅଁଳାବେରେଣି ଠାରେ ଥିବା ଓଟିପିସିଏଲ ଜାଗା ଦେଖିବା ପରେ କୋଟଗରା ପଂଚାୟତରେ ପହଂଚି ପୁଷ୍କରିଣୀ ଦେଖିଲେ ସୁନ୍ଦର ପରିବେଶ ଆଉ ବୁଟିଙ୍ଗ ବ୍ୟବସ୍ତା ଦେଖି ଖୁସିକଲେ ।ପରେ ମନ୍ଦିର ଆଉ ପାର୍କ ଦେଖିଲେ ।ପାର୍କ ପୁଣି ଗାଁରେ ଏଭଳିଆ ହୋଇଥିବା ଦେଖି ଅତ୍ୟନ୍ତ ଖୁସି ହୋଇଥିଲେ ।ପାର୍କ ଭିତରେ ପୁଣି ଯିମ ଏହାକୁ ଆହୁରୀ ବିକାଶ କରାଯିବ କହିଥିଲେ ।ସେଠାରୁ ସିଧା କଲ୍ୟାଣ ମଣ୍ଡପ ଦେଖିଥିଲେ ଗାଁରେ ମଧ୍ୟ ସହରୀ ଢାଞ୍ଚାରେ ହୋଇଥିବାରୁ ବହୁତ ଖୁସି ହୋଇଥିଲେ ।ପରେ ପରେ ରାୟନୃସିଂହପୁର ପଂଚାୟତର ନୂତନ ଭାବରେ ନିର୍ମାଣ ହୋଇଥିବା ଖୁଚୁରା ଦୋକାନ ଦେଖିବା ପରେ ସୋଗର ବିଦ୍ୟାଳୟ ଦେଖିଥିଲେ ।ଆଉ କହିଲେ କାମାକ୍ଷାନଗର କଣ ଉର୍ଣ୍ଣତି ହୋଇଛି ଆଉ ଆଗାମୀ ଦିନରେ କଣ ଅଧିକ ଉର୍ଣ୍ଣତି କରିହେବ ଆଜି ଅଧିକାରୀ ମାନଙ୍କ ସହିତ ମିସି ଦେଖିଲୁ ଆଉ ଅଧିକ ଉର୍ଣ୍ଣତି କରାଯିବ ।ଲୋକମାନଙ୍କ ପାଖରେ କେମିତି ସିଧାସଳଖ ସରକାରୀ ଯୋଜନା ପହଁଚି ପାରିବ ତାକୁ ମଧ୍ୟ ଧ୍ୟାନ ଦିଆଯିବ ।ଏହି ଗସ୍ତରେ ଜିଲା ପ୍ରକଳ୍ପ ନିର୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ ,କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ,ଢେ଼ଙ୍କାନାଳ ସଦର ବିଡ଼ିଓ ଆଇଏଏସ ପ୍ରବେଶନ ବିଭୁତି ଭୂଷଣ ନାୟକ,ତହସିଲଦାର ସଞ୍ଜୟ ରାଉତ,ବିଡ଼ିଓ ବିକାଶ ମହାନ୍ତି,କଙ୍କଡାହାଡ଼ ତହସିଲଦାର ରମେଶ ଚନ୍ଦ୍ର ଜେନା,ଓଟିପିସିଏଲ ଅଧିକାରୀ, କୋଟଗରା ସରପଂଚ ଲଳିତ ସାହୁ, ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଫୁଲ ମହାରଣାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

related posts

Leave a Comment