Home Breaking News / ତାଜା ଖବର ସଦ୍ଭାବନା ଦିବସରେ ରାୟଗଡରେ ଜିଲ୍ଲାପାଳ ସମସ୍ତଙ୍କୁ ଶପଥ ପାଠ କରାଇଲେ

ସଦ୍ଭାବନା ଦିବସରେ ରାୟଗଡରେ ଜିଲ୍ଲାପାଳ ସମସ୍ତଙ୍କୁ ଶପଥ ପାଠ କରାଇଲେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ)::ରାୟଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସଦଭାବନା ଦିବସ ପାଳନ ଅବସରରେ ଶପଥ ପାଠ ଉଚ୍ଛବ ପାଳନ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ମିଶ୍ର, ଜାତି ସମ୍ପ୍ରଦାୟ କ୍ଷେତ୍ର, ଧର୍ମ ଅଥବା ଭାଷା ଭିତ୍ତିକ ଭେଦଭାବ, ହିଂସା ର ସାହଯ୍ୟ ବିନା ସବୁ ପ୍ରକାର ମତଭେଦ କଥାବାର୍ତ୍ତା ଏବଂ ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ ସମାଧାନ କରିବା ପାଇଁ ଭାରତ ବାସୀଙ୍କ ଭାବନାତ୍ମକ ଏକତା ଏବଂ ସଦଭାବନା ନିମନ୍ତେ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଙ୍କୁ ଶପଥ ପାଠ କରାଇଥିଲେ। ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ସୋମନାଥ ପ୍ରଧାନ , ସମସ୍ତ ଡେପୁଟି ଜିଲ୍ଲାପାଳ, ସହାୟକ ଜିଲ୍ଲାପାଳ, ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ସହିତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

related posts

Leave a Comment