Share with
ଭୁବନେଶ୍ୱର(ଶ୍ରୀନିବାସ ପଟ୍ଟନାୟକ): #BSKY ସ୍ମାର୍ଟ ହେଲ୍ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସେପ୍ଟେମ୍ବର ୧ରୁ ସାରା ରାଜ୍ୟରେ ଲାଗୁ ହେଉଥିବା ଏହି ସ୍ମାର୍ଟ କାର୍ଡ଼ ଦ୍ୱାରା ୯୬ ଲକ୍ଷ ପରିବାରର ସାଢ଼େ ୩ କୋଟି ଲୋକ ଉପକୃତ ହେବେ।
ଏହି ନୂଆ ବ୍ୟବସ୍ଥାରେ ପଞ୍ଜିକୃତ ହସ୍ପିଟାଲରେ ଚିକିତ୍ସା ସେବା ପାଇବା ପାଇଁ କୌଣସି ଡକ୍ୟୁମେଣ୍ଟର ଆବଶ୍ୟକ ଆଉ ପଡ଼ିବ ନାହିଁ। କେବଳ ଏହି କାର୍ଡ଼ ସାଙ୍ଗରେ ଥିଲେ ରାଜ୍ୟ ତଥା ଦେଶର ୨୦୦ରୁ ଅଧିକ ହସ୍ପିଟାଲରେ ସୁବିଧା ଓ ସହଜରେ ଉତ୍ତମ ଚିକିତ୍ସା ସେବା ଉପଲବ୍ଧ ହେବ।
ସ୍ମାର୍ଟ ହେଲ୍ଥ କାର୍ଡ଼ରେ ପରିବାର ପିଛା ₹୫ ଲକ୍ଷ ଓ ମହିଳାଙ୍କୁ ₹୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଆହୁରି ବ୍ୟାପକ କରିବା ପାଇଁ ଜାତୀୟ ତଥା ରାଜ୍ୟ ଖାଦ୍ୟ ସୁରକ୍ଷା, ଅନ୍ନପୂର୍ଣ୍ଣା ଓ ଅନ୍ତୋଦୟ ଯୋଜନାର ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯାଇଛି।