Home Breaking News / ତାଜା ଖବର ଆଫଗାନିସ୍ତାନରେ ସ୍ଥିତି ଚିନ୍ତାଜନକ, ଜାତିସଂଘରେ ଆତଙ୍କବାଦ ବିରୋଧରେ ଲଢିବାକୁ ବିଶ୍ୱକୁ ଭାରତର ଆହ୍ୱାନ

ଆଫଗାନିସ୍ତାନରେ ସ୍ଥିତି ଚିନ୍ତାଜନକ, ଜାତିସଂଘରେ ଆତଙ୍କବାଦ ବିରୋଧରେ ଲଢିବାକୁ ବିଶ୍ୱକୁ ଭାରତର ଆହ୍ୱାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଫଗାନିସ୍ତାନରେ ସ୍ଥିତି ଚିନ୍ତାଜନକ, ଜାତିସଂଘରେ ଆତଙ୍କବାଦ ବିରୋଧରେ ଲଢିବାକୁ ବିଶ୍ୱକୁ ଭାରତର ଆହ୍ୱାନ
ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଆଜି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆତଙ୍କବାଦକୁ ନେଇ ବଡ ବୟାନ ଦେଇଛନ୍ତି । ଏହି ବୈଠକରେ ଏସ ଜୟଶଙ୍କର କହିଛନ୍ତି କିଛି ଦେଶ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି, ଏହାକୁ ରୋକିବାକୁ ହେବ । ବୈଠକରେ ଜୟଶଙ୍କର କହିଛନ୍ତି ଆତଙ୍କବାଦକୁ ସବୁ ପ୍ରକାରରେ ନିନ୍ଦା କରାଯିବା ଆବଶ୍ୟକ । କୌଣସି ଉପାୟରେ ଏହାକୁ ମହିମାମଣ୍ଡନ କରାଯିବା ଅନୁଚିତ । ଆଫଗାନିସ୍ତାନର ବର୍ତମାନ ସ୍ଥିତିକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ କହିଛନ୍ତି ଆଫଗାନିସ୍ତାନରେ ବର୍ତମାନ ସ୍ଥିତି ଚିନ୍ତାଜନକ ରହିଛି । ସାରା ବିଶ୍ୱକୁ ଆତଙ୍କବାଦ ବିରୋଧରେ ଏକ୍ ହେବାକୁ ପଡିବ ।
ଏହା ସହିତ ଏସ ଜୟଶଙ୍କର କହିଛନ୍ତି ଆତଙ୍କବାଦକୁ କୌଣସି ଧର୍ମ, ଜାତି, ସଭ୍ୟତା , ରାଷ୍ଟ୍ର ସହିତ ଯୋଡିକରି ଦେଖାଯିବା ଅନୁଚିତ । କାରଣ ଆତଙ୍କବାଦର କୌଣସି ଜାତି ନଥାଏ । ଏହାକୁ ସବୁ ଦିଗରୁ ନିନ୍ଦା କରାଯିବା ଆବଶ୍ୟକ ।

related posts

Leave a Comment