Home Breaking News / ତାଜା ଖବର ବିସ୍ମୟ ବାଳକ ଦେବୀଦତ୍ତଙ୍କୁ ଆଦିତ୍ୟ ବିର୍ଲା ପୁରସ୍କୃତ

ବିସ୍ମୟ ବାଳକ ଦେବୀଦତ୍ତଙ୍କୁ ଆଦିତ୍ୟ ବିର୍ଲା ପୁରସ୍କୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ଅଧିନସ୍ଥ ନୂଆପଡ଼ାସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ଦ୍ୱିତୀୟ ଶେଣୀର ଛାତ୍ର ତଥା ସାତ ବର୍ଷର ବିସ୍ମୟ ବାଳକ ଶ୍ରୀମାନ ଦେବୀଦତ୍ତ ମହାଙ୍କୁଡ଼ ଏକ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି । ସେ ସର୍ବକନିଷ୍ଟ ବାଳକ ଭାବେ ଏକ ଅନେଶ୍ୱତ ପର୍ଯ୍ୟନ୍ତ ସଂଖ୍ୟାଗୁଡିକର ଘନମୂଳ ନିରୂପଣ କରିବାରେ ସକ୍ଷମ ହୋଇଛନ୍ତି ।ଏହି ଅଭୂତପୂର୍ବ ସଫଳତା ନିମନ୍ତେ କେନ୍ଦୀୟ ମାନସିକ ଗତିଶୀଳ ପ୍ରତିଷ୍ଠାନ,ହାଇଦ୍ରାବାଦ ତରଫରୁ ତାଙ୍କୁ ପୁରସ୍କୁତ କରାଯାଇଛି । ରାୟଗଡା ଜିଲ୍ଲାର ଉପଜିଲ୍ଲାପାଳଙ୍କ ଦ୍ୱାରା ଇଣ୍ଡିଆ ବୁକ ରେକର୍ଡସ ୨୦୨୧ ପୁରସ୍କାର ତାଙ୍କୁ ପ୍ରଦାନ କରାଯାଇଛି । ଏହି ସଫଳତା ପାଇଁ ତାଙ୍କୁ ଏବଂ ପିତା ଶ୍ରୀଯୁକ୍ତ ଉତ୍ସବ ମହାଙ୍କୁଡ଼, ମାତା ଶ୍ରୀମତୀ ସତ୍ୟଭାମା ନାୟକଙ୍କୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଛି । ଏହି ସଫଳତା ପାଇଥିବାରୁ ଉତ୍କଳ ଆଲୁମିନା ତରଫରୁ, ୟୁନିଟହେଡ ଶ୍ରୀଯୁକ୍ତ ମଜହର ଉଲ୍ଲା ବେଗ ମାନବ ସମ୍ବଳ ବିକାଶ ମୂଖ୍ୟ ଶ୍ରିଯୁକ୍ତ ରାଜେଶ ପ୍ରତାପ ସିଂ, ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ତତ୍ ସହିତ ଡ଼, ଲୋପାମୁଦ୍ରା ପ୍ରିୟଦର୍ଶନୀ,ଜି.ଏମ-ସି.ଏସ.ଆର ଓ ସଷ୍ଟେନେବିଲିଟି, ଶ୍ରୀଯୁକ୍ତ ପିତାମ୍ବର ବେହେରା,ବରିଷ୍ଠ ପ୍ରବନ୍ଧକ-ଲୋକସମ୍ପର୍କ ଓ ସଂଯୋଜକ ଏବଂ ଅନ୍ୟମାନେ ଅଭିନନ୍ଦନ ଜଣାଇଛନ୍ତି ।ପ୍ରତିଭାନ ସର୍ବକନିଷ୍ଟ ଛାତ୍ର ଶ୍ରୀମାନ ଦେବୀଦତ୍ତ ମହାଙ୍କୁଡ଼ ନିଜର ପ୍ରତ୍ୟୁପନ୍ନତା ଯୋଗୁଁ ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ଆଣିଦେଇଥିବାରୁ ତାଙ୍କୁ ଲକ୍ଷ୍ମୀନାରାୟଣ ଦାଶ ଏବଂ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଶେଷ ଅଶେଷ ଅଭିନନ୍ଦନ ଜଣାଇଛନ୍ତି ।

related posts

Leave a Comment