Home Breaking News ସୁକାନ୍ତି ପ୍ରଧାନ କଙ୍କଡାହାଡ଼ ବ୍ଲକ ବିଜୁ ମହିଳା ଜନତା ଦଳ ସଭାପତି

ସୁକାନ୍ତି ପ୍ରଧାନ କଙ୍କଡାହାଡ଼ ବ୍ଲକ ବିଜୁ ମହିଳା ଜନତା ଦଳ ସଭାପତି

by Times One Odia
Share with
     
 
 
   

କଙ୍କଡାହାଡ(ନବକିଶୋର ସାହୁ): ବିଜୁ ମହିଳା ଜନତା ଦଳ ରାଜ୍ୟ ସଭାନେତ୍ରୀ ସ୍ନହାଙ୍ଗିନୀ ଛୁରିଆ ଙ୍କ ଅନୁମୋଦନ କ୍ରମେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ବିଜୁ ମହିଳା ଜନତା ଦଳର ସଭାପତି ଭାବେ କଙ୍କଡାହାଡ଼ ଯୁନ-୨ ଜିଲ୍ଲା ପରିଷଦ ସଦସ୍ୟା ସୁକାନ୍ତି ପ୍ରଧାନ ଙ୍କୁ ପୁନର୍ବାର ମନୋନୀତ କରିଛନ୍ତି ।ସୁକାନ୍ତି ପ୍ରଧାନ ଏହା ପୂର୍ବରୁ ମଧ୍ୟ ବିଜୁ ମହିଳା ଜନତା ଦଳର ବ୍ଲକ ସଭାପତି ଥିଲେ ।ସୁକାନ୍ତି ୧୯୯୭-୨୦୦୨ ପର୍ଯ୍ୟନ୍ତ ଝିଲ୍ଲୀ ପଞ୍ଚାୟତ ର ସରପଞ୍ଚ ଥିଲେ ।କଙ୍କଡାହାଡ଼ ବ୍ଲକ ର ଜଣେ ସଫଳ ନାରିନେତ୍ରୀ ଭାବେ ବେଶ ଲୋକପ୍ରିୟତା ଅଛି ତାଙ୍କର ।ଏ ସମ୍ପର୍କରେ ଆମ ପ୍ରତିନିଧି ଙ୍କୁ ସେ କହିଛନ୍ତି ଆଗାମୀ ଦିନରେ ମହିଳା ସଂଗଠନ କୁ ମଜଭୁତ କରି କଙ୍କଡାହାଡ଼ ବ୍ଳକରେ ବିଜୁ ଜନତା ଦଳକୁ ୧ ନମ୍ବର କରିବି ।ସେ ନିଯୁକ୍ତି ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଙ୍କୁ ଧନ୍ୟବାଦ ଦେଇଛନ୍ତି ।

related posts

Leave a Comment