Home Breaking News / ତାଜା ଖବର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ହୋଲଡିଙ୍ଗ ଟାକ୍ସ ଶୁଣାଣୀ

ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ହୋଲଡିଙ୍ଗ ଟାକ୍ସ ଶୁଣାଣୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ) ସରକାରଙ୍କ ବର୍ଦ୍ଧିତ ହୋଲଡିଙ୍ଗ ଟ।କ୍ସକୁ ନେଇ ଫୁଲବାଣୀ ମିଳିତ ନାଗରୀକ ମଞ୍ଚର ବିରୋଧ ସତ୍ବେ ଫୁଲବାଣୀ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଫୁଲ ବାଣୀ ଉପଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ ଗତକାଲି ବୁଧବାର ଠାରୁଅଭିଯୋଗଶୁଣାଣୀ ଆରମ୍ଭ କରିଛନ୍ତି । ଯେଉଁ ବ୍ୟକ୍ତିଙ୍କ ଅଧିକ । ଟ୍ଯାକ୍ସ ପଡି ଯାଇଛି ବୋଲି ଅଭିଯୋଗ କରିଛନ୍ତି ସେମାନଙ୍କୁ ଡକାଇ ଉପଜିଲାପାଳ ଦାସ ଗତ କାଲିଠୁ ଶୁଣାଣୀ ଆରମ୍ଭ କରିଛନ୍ତି ।ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିବାପରେ ଉପଜିଲ୍ଲାପାଳ ଦାସ ସରକ।ରୀ ନିତି ନିୟମ ପ୍ରକା6ର ଯଥା ସମ୍ଭବ ଅଭିଯୋଗକାରୀ ମାନଙ୍କୁ ଟାକ୍ସରେ ରିହାତି ବ୍ୟବସ୍ଥା କରିବା ଫଳରେ ଅଭିଯୋଗକାରୀ ଖୁସି ବ୍ୟକ୍ତ କରିଥିବା କହୁଥିବାବେଳେ ଆଉ କିଛି ଅଭିଯୋଗକାରୀ ଶୁଣାଣୀ କୁ ବିରୋଧ କରି ଆସିନଥିଲେ।
ଅନ୍ୟ ପଟରେ ମିଳିତ ନାଗରିକ କମିଟି ବର୍ଦ୍ଧିତ ହୋଲଡିଙ୍ଗ ଟାକ୍ସ କୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ପୌରପରିଷଦ ମନଇଚ୍ଛା
ବେ ଆଇନ ଭାବେ ବର୍ଦ୍ଧିତ ଟ୍ୟାକ୍ସ ଆଦାୟପାଇଁ ଉଦ୍ୟମ କରୁଥିବା ସାମ୍ବାଦିକ ସମ୍ମିଳନୀରେ ନାଗରୀ କ କମିଟି ଆବାହକ ଅଶୋକ ପରୀଡ଼ା ଅର୍ଭିଯୋଗ କରିଛନ୍ତି।ସେ ହିପରି ମୁଲ୍ୟାୟନରେ ପାତରଅନ୍ତର ଓ ଦୁର୍ନିତୀ ହୋଇଥିବା ନେଇ ପୂର୍ବତନ ନଗରପାଳ ତଥା ବିଜେପି ନେତା କମଳାକାନ୍ତ ପାଣ୍ଡେ ଅଭିଯୋଗ କରିଥିବାବେଳେ ବିଜେଡି ନେତା ତଥା ଆଇନଜିବୀ ପ୍ରତାପପାତ୍ର ଘରଡିହ ଜମିର ମୂଲ୍ୟାୟନକୁ ବାଦ ଦେବାଲାଗି ଦାବୀ କରିଥିଲେ ।ଅ।ସନ୍ତାପୌରନିର୍ବାଚନ ସରିବା ଯାଏ ଏହାକୁ ସ୍ଥଗିତ ରଖିବା ଲାଗି ମିଳିତ ନାଗରୀକ କମିଟି ଦାବୀ କରୁଥିବାବେଳେ
ଉପଜିଲାପାଳ ବିରେନ୍ଦ୍ର କୁମାର ଦାସ, ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଓ କର୍ମଚାରୀମାନେ ଉପସ୍ଥିତ ରହି ଶୁଣାଣୀ ଜାରୀ ରଖିଛନ୍ତି ଆଉ ଅଭିଯୋଗକାରୀ ମାନେ ଆସି ସେମାନଙ୍କ ସୁବିଧା ଅସୁବିଧା ନେଇ ମତ ରଖିଲେ ସେମାନଙ୍କୁ ଯଥା ସମ୍ଭବ ଉଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି ପୌରଅଧିକାରୀ ବେହେରା କହିଛନ୍ତି ।

related posts

Leave a Comment