Home Breaking News ରାସ୍ତାର ଅବସ୍ଥା ଶୋଚନୀୟ

ରାସ୍ତାର ଅବସ୍ଥା ଶୋଚନୀୟ

by Times One Odia
Share with
     
 
 
   

ଉଦଳା(ଆପଦ ଭଞ୍ଜନ ରାଉତ): କପ୍ତିପଦା ବ୍ଲକ ବିଶଳ ଗ୍ରାମ ପଞ୍ଚାୟତ ର ୧ ନଂ ୱାର୍ଡ ବେଲଡ଼ିହା ଗ୍ରାମକୁ ମିଶିଥିବା ରାସ୍ତାଟି ଅତି ଶୋଚନୀୟ ଅବସ୍ଥାରେ ଦୀର୍ଘଦିନ ଧରି ପଡ଼ିରହିଛି କିନ୍ତୁ ବ୍ଲକ ବିଡ଼ିଓ, ଭାଇସ ଚେୟାରମ୍ୟାନ ଏବଂ ସରପଞ୍ଚ ଜନସାଧାରଣ ଙ୍କୁ କଥା କହି ଠକି ଚାଲିଛନ୍ତି l ୧୫ ଦିନ ତଳେ ସମସ୍ତଙ୍କୁ ଦେଖା କରି କହିବା ପରେ ସେମାନେ ସନ୍ତୋଷ ଜନକ ଉତ୍ତର ଦେଇଥିଲେ ଏବଂ କାର୍ଯ୍ୟ ଟି ଶୀଘ୍ର ମରାମତି ହୋଇଯିବ ବୋଲି ଲୋକଙ୍କୁ ପ୍ରତିଶୃତି ଦେଇଥିଲେ କିନ୍ତୁ ଦୁଃଖ ଏବଂ ପରୀତାପ ର ବିଷୟ ଏପର୍ଯ୍ୟନ୍ତ କାର୍ଯ୍ୟ ଟି ମରାମତି ହେଲା ନାହିଁ ଯାହା ଦ୍ୱାରା ଲୋକମାନେ ଗାଡି ମଟର ରେ ଯିବା ତ ଦୂର କଥା ଚାଲିଚାଲି ମଧ୍ୟ୍ୟ ଯାଇପାରୁନାହାନ୍ତି lଏଣୁ ଏହାର କାର୍ଯ୍ୟ ୨ ରୁ ୩ ଦିନ ଭିତରେ ଜଦି ଆରମ୍ଭ କରା ନା ଯାଏ ତାହାଲେ ସେମାନେ ଉପଜିଲ୍ଲାପାଳ ଙ୍କୁ ଦେଖା କରିବେ ବୋଲି କହିଛନ୍ତି ଏବଂ ଏହା ଯଥାଶୀଘ୍ର ହୋଇପାରିବ ବୋଲି ଆଶା ଏବଂ ବିଶ୍ୱାସ ରଖିଛନ୍ତି l

related posts

Leave a Comment