Home Breaking News ଝିଲ୍ଲୀ ଶିବ ମନ୍ଦିରଠାରେ ଓଡ଼ିଶା ଡ୍ରାଇଭର ମହାସଂଘର ପଞ୍ଚାୟତ ସ୍ତରୀୟ ପ୍ରସ୍ତୃତି ବୈଠକ ଅନୁଷ୍ଠିତ

ଝିଲ୍ଲୀ ଶିବ ମନ୍ଦିରଠାରେ ଓଡ଼ିଶା ଡ୍ରାଇଭର ମହାସଂଘର ପଞ୍ଚାୟତ ସ୍ତରୀୟ ପ୍ରସ୍ତୃତି ବୈଠକ ଅନୁଷ୍ଠିତ

by Times One Odia
Share with
     
 
 
   

କଙ୍କଡ଼ାହାଡ଼(ନବକିଶୋର ସାହୁ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଝିଲ୍ଲି ଚନ୍ଦ୍ର ଶେଖର ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ଡ୍ରାଇଭର ମହାସଂଘର ଏକ ପଞ୍ଚାୟତ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ସାମ୍ବାଦିକ ତ୍ରିପୁର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସଂଘର ସଂପାଦକ ପ୍ରକାଶ କୁମାର ସାହୁ , ପ୍ରତାପ ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ।ଆସନ୍ତା ସେପ୍ଟେମ୍ବର ୧ତାରିଖରେ ଡ୍ରାଇଭର ଦିବସ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଡ୍ରାଇଭର ମାନଙ୍କ ଦାବୀ ଗୁଡ଼ିକ ମଧ୍ୟରେ ଥିବା ଯଦି କୌଣସି ଡ୍ରାଇଭର ଦୃର୍ଘଟଣା ଜନିତ ମୃତ୍ୟୁ ବରଣ କରନ୍ତି ତେବେ ରାଜ୍ୟ ସରକାର ତାଙ୍କ ପରିବାରକୁ ୨୦ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିବା , ରାସ୍ତାର ୫୦କିଲୋମିଟର ଦୂର ମଧ୍ୟରେ ପାର୍କିଂ ଓ ବିଶ୍ରାମଗାରର ବନ୍ଦୋବସ୍ତ କରିବା ,ରାସ୍ତାରେ ଗାଡ଼ି ଚଳାଚଳ ସମୟରେ ନିର୍ଯ୍ୟାତନା କିମ୍ବା ମାଡପିଟରୁ ସୁରକ୍ଷା ଦେବା , ଇପିଏଫ ଆକାଉଣ୍ଟ ବ୍ୟବସ୍ଥା ପ୍ରଭୃତି ଦାବୀ ନେଇ ଜିଲ୍ଲାପାଳଙ୍କୁ ଡ୍ରାଇଭର କର୍ମଚାରୀ ମାନେ ଏକତ୍ରିତ ହୋଇ ନିଜ ନିଜର ଦାବୀ ପ୍ରଦାନ କରାଯିବ ବୋଲି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ଏହି ପଞ୍ଚାୟତର ଡ୍ରାଇଭର ମାନଙ୍କ ମଧ୍ୟରେ ରୋହିତ ବେହେରା , ରମାକାନ୍ତ ସାହୁ ,ଲକ୍ଷ୍ମଣ ବେହେରା , ରାଜେନ୍ଦ୍ର ବେହେରା ,ଦେବରାଜ ରଣା ଜିତେନ୍ଦ୍ର ବେହେରା ,ଭାରତ ପ୍ରଧାନ , ଅମରେନ୍ଦ୍ର ବେହେରା ,ସୂର୍ଯ୍ୟକାନ୍ତ ସେଠି, ଡିଲେଶ୍ୱର ରଣା ,ସୁଶାନ୍ତ କୁମାର ସାହୁ ,ବ୍ରଜ ସାହୁ ,ଯଦୁମଣି ଦାସ ,ନିରଞ୍ଜନ ସାହୁ ,ନରେଶ ବେହେରା ,କାଳିଆ ବେହେରା , ଦୀପକ ବେହେରାଙ୍କ ସମେତ ଝିଲ୍ଲି ପଞ୍ଚାୟତର ଝିଲ୍ଲି , ଟମ୍ପେଇ , ତୋରଡାନାଳି ପ୍ରଭୃତି ଗ୍ରାମରୁ ଶତାଧିକ ଡ୍ରାଇଭର ଉପସ୍ଥିତ ଥିଲେ ।

related posts

Leave a Comment