ଲୋଇସିଂହା(ଦେବାନନ୍ଦ ପୁଟେଲ): ବଲାଙ୍ଗିର ଜିଲ୍ଳା ଲୋଇସିଂହା ବ୍ଲକ କୁଟୁରା ପାଲି ଗ୍ରାମ ରୁ ଶାନ୍ତି ସାହୁ ଙ୍କ ଛେଳି ଚୋରି କରି ଥିବା ଦୁଇ ଅଭିଯୁକ୍ତ ଙ୍କୁ ଧରିଲେ କର କଚିଆ ତ୍ରିବେଣୀ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ। ସୂଚନା ମୁତାବକ ଗତକାଲି ନଅଗାଁ (ଖ)ଗ୍ରାମର ହେମନ୍ତ ଭିତିରିଆ ଓ ସୁବ୍ରତ ଭିତିରିଆ ଏକ ପେସନ ପ୍ରୋ ବାଇକ ନଂ OD 26 E 7529 ରେ କୁଟୁରା ପାଲି ଗ୍ରାମ କୁ ଯାଇ ଶାନ୍ତି ସାହୁ ଙ୍କ ଘର ବାରି ପଟୁ ଛେଳି ଚୋରି କରି ପଲାଉ ଥିଲେ। ପଲାଉ ଥିବା ସମୟରେ ଚୋର ଦୁହେଁ ଶାନ୍ତି ଙ୍କ ନଜରରେ ଆସି ଯାଇଥିଲେ। ଉଭୟ ଚୋର କରକଚିଆ ଛକ ପଟେ ଯାଉ ଥିବାରୁ ଶାନ୍ତି ସଙ୍ଗେ ସଙ୍ଗେ କର କଚିଆ ର ତ୍ରିବେଣୀ ସ୍ଵୟଂ ସହାୟକ ଗୋଷ୍ଠୀକୁ ଫୋନ ମାଧ୍ୟମରେ ଜଣାଇଥିଲେ। ଏହି ଗୋଷ୍ଠୀ ପିଲା ମାନେ ଚୋର ଦୁହିଁଙ୍କୁ ପିଛା କରି ନଅଗାଁ (ଖ) ଗ୍ରାମ ରୁ ଧରି ଲୋଇସିଂହା ପୋଲିସ ଷ୍ଟେସନ କୁ ଆଣି ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତି କରି ଲୋଇସିଂହା ପୋଲିସ ଆଇପିସି ୪୪୮୵୩୭୯୵୩୪ ରେ ମାମଲା ରୁଜୁ କରି ସୁବ୍ରତ ଭିତିରିଆ ଓ ହେମନ୍ତ ଭିତିରିଆ ଙ୍କୁ କୋର୍ଟ ଚାଲାଣ କରିଥିଲା। କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ ଉଭୟ ଅଭିଯୁକ୍ତ ଙ୍କୁ ବଲାଙ୍ଗିର ଜିଲ୍ଲା କାରାଗାର କୁ ପଠେଇ ଦିଆଯାଇଛି।
ମହଙ୍ଗା ପଡ଼ିଲା ଛେଳି ଚୋରି,ଜେଲ ଗଲେ ଦୁଇ ଅଭିଯୁକ୍ତ
Share with
previous post